ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ତେଲ, ବିସ୍କୁଟ, ଆଳୁ, ପିଆଜ, ଚୁଡା ସହ ସାନିଟାଇଜର ପ୍ରଭୃତି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆର.ନାରାୟଣ ରାଓ ପି. ମୁରଲୀ, ପ୍ରଶାନ୍ତ ସାହୁ, କନ୍ୟା କୁମାରୀ ସାହୁ, କୋଟି, ଏମ୍. ଚିଟି, ରାଜୁ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଭୂୟସ ପ୍ରଶଂସା କରିଛନ୍ତି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରି ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।