ଗରିବ ବସ୍ତିବାସିନ୍ଦାଙ୍କୁ ଅଫ୍‌ଲାଇନରେ ଟିକାକରଣ ପାଇଁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା

0 71

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ବିଭିନ୍ନ ବସ୍ତି ଅଞ୍ଚଳର ବୃଦ୍ଧ, ବୃଦ୍ଧା, ଗରିବ, ଦିନମଜୁରିଆଙ୍କୁ ଅଫଲାଇନ ଜରିଆରେ ପଞ୍ଜିକୃତ କରି ସେସବୁ ଅଞ୍ଚଳରେ କୋଭିଡ ଟିକାକରଣ କେନ୍ଦ୍ର ପାଇଁ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା କରି ତାଙ୍କର ଟିକାକରଣ କରିବାର ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା । ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚାର ଶିବ ଦିୱାନ, ପ୍ରଭୁଦତ୍ତ ପଣ୍ଡା, କାହ୍ନୁରାମ ଶର୍ମା, ସ୍ୱାଗତ ପାଢ଼ୀ,କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ପ୍ରବକ୍ତା ଅରବିନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ କରୋନା ରୋଗ ର ମୁଳୋତ୍ପାଟନ ପାଇଁ ବର୍ତ୍ତମାନ ଟିକାକରଣ ଚାଲିଛି । ଟିକାକରଣକୁ ସହଜ ସରଳ ଓ ବ୍ୟବସ୍ଥିତ କରିବା ପାଇଁ ସରକାର ନାନା ପ୍ରକାର ବ୍ୟବସ୍ଥା ହାତକୁ ନେଇଛନ୍ତି । ପ୍ରଥମେ ୬୦ ବର୍ଷରୁ ଉର୍ଦ୍ଧ୍ୱ, ପୁଣି ୪୫ ବର୍ଷ ରୁ ଉର୍ଦ୍ଧ୍ୱ ଓ ବର୍ତ୍ତମାନ ୧୮ ରୁ ୪୫ ବର୍ଷ ମଧ୍ୟରେ ଥିବା ନାଗରିକଙ୍କୁ ସରକାର ବିଭିନ୍ନ ଟିକା କେନ୍ଦ୍ରରେ ଟିକା ଦେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅନେକ ସ୍ଥାୟୀ ଓ ଅସ୍ଥାୟୀ କୋଭିଡ ଟିକାକରଣ କେନ୍ଦ୍ର ମାନଙ୍କରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି । ୧୮ ରୁ ୪୫ ବର୍ଷ ମଧ୍ୟରେ ଥିବା ଜନସାଧାରଣଙ୍କୁ ପ୍ରଥମେ ଅନଲାଇନ ରେ ପଞ୍ଜିକରଣ କରବାକୁ ପଡୁଛି । ପରେ ଟିକା ନେବା ପାଇଁ ସ୍ଲଟ ବୁକିଙ୍ଗ କରି ସ୍ଲଟରେ ଥିବା ଦିନ, ସମୟ ଅନୁସାରେ ଉଲ୍ଲେଖ ଥିବା କେନ୍ଦ୍ରରୁ ସେମାନେ ଟିକା ଗ୍ରହଣ କରୁଛନ୍ତି ।
କିନ୍ତୁ, କଥା ଉଠୁଛି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରହୁଥିବା ଗରିବ, ଦିନମଜୁରିଆ, ବୃଦ୍ଧ ବୃଦ୍ଧା, ବସ୍ତିବାସିନ୍ଦା ମାନେ ଏହି ପଞ୍ଜିକରଣ ବ୍ୟବସ୍ଥାରେ କିଭଳି ସାମିଲ ହୋଇପାରିବେ । ଟିକା ନେବା ପାଇଁ ହେଉଥିବା ପଞ୍ଜିକରଣ ଓ ସ୍ଲଟ ବୁକିଙ୍ଗ ନିହାତି ଭାବରେ ଏକ ଜଟିଳ କାର୍ଯ୍ୟ ହୋଇଥିବା ସଙ୍ଗେ ସଙ୍ଗେ ଏଥିପାଇଁ ଏକ ଆନ୍‌ଡ୍ରୋଏଡ଼ ମୋବାଇଲ ଆବଶ୍ୟକ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରହିଥିବା ଅନେକ ବସ୍ତିମାନଙ୍କରେରେ ଏମିତି ଅନେକ ଲୋକ ରହୁଛନ୍ତି ଯେଉଁମାନେ ବହୁତ ଗରିବ ଓ ଶିକ୍ଷାଲାଭ ମଧ୍ୟ କରି ନାହାଁନ୍ତି । ୪୫ ବର୍ଷ ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଯଦି ଓ ପଞ୍ଜିକରଣର ଆବଶ୍ୟକତା ନାହିଁ କିନ୍ତୁ, ସଚେତନତା ଓ ସୂଚନାର ଅଭାବ ଯୋଗୁଁ ବିଭିନ୍ନ ବସ୍ତି ଅଞ୍ଚଳର ଏହି ଶ୍ରେଣୀରେ ଆସୁଥିବା ହଜାର ଲୋକେ ବର୍ତ୍ତମାନ ଯାଏଁ ଟିକା ନେଇ ନାହାଁନ୍ତି । ୧୮ ରୁ ୪୫ ବର୍ଷ ଶ୍ରେଣୀରେ ଆସୁଥିବା ଲକ୍ଷାଧିକ ଲୋକଙ୍କ ପାଖରେ ଆନ୍‌ଡ୍ରୋଏଡ଼ ମୋବାଇଲ ମଧ୍ୟ ନାହିଁ । ଏଣୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏହି ଦୁଇ ଶ୍ରେଣୀରେ ଆସୁଥିବା ଲକ୍ଷାଧିକ ବସ୍ତିବାସିନ୍ଦା ଟିକାକରଣ ବ୍ୟବସ୍ଥାରୁ ବଞ୍ଚିତ ରହୁଛନ୍ତି । ଯେତେବେଳେ କରୋନା ଭଳି ବିଶ୍ୱ ମହାମାରୀ ରେ ଜଣେ ଜଣେ ବ୍ୟକ୍ତି ଙ୍କର ସଂକ୍ରମଣକୁ ରୋକିବା ବହୁତ ଜରୁରୀ ଓ ମହତ୍ୱପୂର୍ଣ୍ଣ ହୋଇ ପଡିଛି ସେତିକିବେଳେ ଲକ୍ଷ ଲକ୍ଷ ଲୋକ ଟିକାକରଣ ରୁ ବଞ୍ଚିତ ରହିବା ନିଶ୍ଚିତ ଭାବରେ ଚିନ୍ତା ଓ ଭୟର ବିଷୟ ।
ଏଣୁ, ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ସମସ୍ତ ବସ୍ତି ଅଞ୍ଚଳରେ ରହୁଥିବା ଗରିବ, ଦିନମଜୁରିଆ, ବୃଦ୍ଧ, ବୃଦ୍ଧା, ବସ୍ତିବାସିନ୍ଦାଙ୍କୁ ଅଫଲାଇନରେ ପଞ୍ଜିକୃତ କରି ସେହି ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ ମାଧ୍ୟମରେ କୋଭିଡ ଟିକାକରଣ କେନ୍ଦ୍ର ବ୍ୟବସ୍ଥା କରି କିଭଳି ସହଜ ସରଳ ଓ ବ୍ୟବସ୍ଥିତ ଢଙ୍ଗରେ ଟୀକାକରଣ କରାଯାଇ ପାରିବ ସେଥିପ୍ରତି ଚିନ୍ତା କରି ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ଦାବୀ କରିଛି ।

hiring

hiranchal ad1
Leave A Reply

Your email address will not be published.

three × 2 =