ପରିବହନ ମନ୍ତ୍ରୀଙ୍କ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ବସଷ୍ଟାଣ୍ଡ

0 179

ବୀରମହାରାଜପୁର,୨୦/୬ – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦରମହକୁମା ଠାରେ ଥିବା ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ୨୦୦୩-୦୪ ରାଜ୍ୟସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ୨୦ ଲକ୍ଷ ଓ ଡି ଆର ଡିଏ ବିଭାଗରୁ ୨ ଲକ୍ଷ ମୋଟ ୨୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୦୬ ମସିହା ଡିସେମ୍ବର ୭ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଉଦଘାଟନ ସମୟରେ ତତ୍କାଳୀନ ଖଣି, ଇସ୍ପାତ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନ ଠାରୁ ଏହାର କାନ୍ଥରେ ଚୁନ ଟିକିଏ ଲାଗିନଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଓ ସର୍ବଦା ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ସମୟରେ ଯାତ୍ରୀଙ୍କୁ ହଇରାଣ ହେବାକୁ ଦେଖିବାକୁ ମିଳୁଛି । ଦୁଃଖ କଥା ଏଠାରେ ପରିଶ୍ରାଗାର ନଥିବାରୁ ବିଶେଷକରି ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶ୍ରୀ ବେହେରା ଲଗାତର ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବାରୁ ଏହି ବସଷ୍ଟାଣ୍ଡ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ବସଷ୍ଟାଣ୍ଡଟିର ଏଭଳି ଦୁରବସ୍ଥା ନେଇ ସ୍ଥାନୀୟ ଜନସାଧାରଣ ତଥା ଯାତ୍ରୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଉଥିବାରୁ ପରିବହନ ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାପାଇଁ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

four + six =