ବୌଦ୍ଧ : କରୋନା ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚିଲା

0 1,469

ବୌଦ୍ଧ,୯/୭: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ ପ୍ରବାସୀଙ୍କ ନିକଟରେ ପଜିଟିଭ ବାହାରିଥିବା ନେଇ ଗତକାଲି ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ଚର୍ଚ୍ଚା ସତ୍ୟ ପ୍ରମାଣିତ ହୋଇଛି । ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ୫ ଜଣ କରୋନା ପଜିଟିଭଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବୌଦ୍ଧସ୍ଥିତ କୋଭିଡ୍ ହସପିଟାଲକୁ ସ୍ୱାସ୍ଥ୍ୟ ବିଭାଗ ଗତକାଲି ଅପରାହ୍ନ ସମୟରେ ସ୍ଥାନାନ୍ତର କରିଥିଲେ ମଧ୍ୟ ପ୍ରଶାସନ ସେ ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଲୋକେ ଦ୍ୱନ୍ଦରେ ଥିଲେ । ଆଜି ଭୁବନେଶ୍ୱରରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଘୋଷଣା କରିବା ପରେ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ସମ୍ୟକ ସୂଚନା ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧ ଜଣ ପ୍ରବାସୀଙ୍କ ସ୍ୱାବ ଗତ ୩ ତାରିଖ ଦିନ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି । ସମସ୍ତ ପଜିଟିଭ ଚିହ୍ନଟ ତାମିଲନାଡୁ ରାଜ୍ୟରୁ ଫେରି ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଗତକାଲିର ୫ ପଜିଟିଭକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚି ଯାଇଥିବା ବେଳେ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ଜଣା ପଡିଛି । ବର୍ତ୍ତମାନ ୯ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × 2 =