ବୌଦ୍ଧ : ଦିନ ୨ ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ହେବ ସଂପୂର୍ଣ୍ଣ ଲକ୍ ଡାଉନ୍

0 5,901

ବୌଦ୍ଧ,୧୪/୭ – ଜିଲାରେ କରୋନା ସଂକ୍ରମଣ ଦିନକୁଦିନ ବଢୁଥିବାରୁ ଦୋକାନ ବଜାର ଓ ଜନସାଧାରଣଙ୍କ ଚଳପ୍ରଚଳ ସମୟରେ ହ୍ରାସ କରିଛି ଜିଲ୍ଲା ପ୍ରଶାସନ । ଆଜି ଏ ସଂପର୍କରେ ଆଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଆସନ୍ତାକାଲି ଠାରୁ ଜୁଲାଇ ମାସ ଶେଷ ଯାଏଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ସଂସ୍ଥା, ହୋଟେଲ, ରେଷ୍ଟୁରାଣ୍ଟ, ଠେଲା ଦୋକାନ ଆଦି ସମସ୍ତ ଦୋକାନ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଖୋଲାରହିବ । ଉକ୍ତ ସମୟ ମଧ୍ୟରେ କେବଳ ସାଧାରଣ ଲୋକ ଚଳପ୍ରଚଳ କରିପାରିବେ । ଅପରାହ୍ନ ୨ ଘଣ୍ଟାରୁ ସକାଳ ୭ ଘଣ୍ଟା ମଧ୍ୟରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × two =