ବୌଦ୍ଧ: ଜିଲ୍ଲାର ସୀମା ସିଲ୍ ହେବା ଆବଶ୍ୟକ !

0 2,835

ବୌଦ୍ଧ,୧୩/୭ – ଗତ କିଛିଦିନ ହେଲା ପ୍ରତିଦିନ ରାଜ୍ୟରେ ୫ଶହରୁ ଅଧିକ ଲେଖାଏଁ କରୋନା ପଜିଟିଭ ବାହାରୁଥିବା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ର ସହିତ ଲୋକାଲ ବ୍ୟକ୍ତିଙ୍କ ନିକଟରୁ ଅଧିକରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ । ଓଡିଶାର ମଧ୍ୟଭାଗରେ ବୌଦ୍ଧଜିଲ୍ଲା ଅବସ୍ଥିତ ଥିବାରୁ ଓ ପଡୋଶୀ ଜିଲ୍ଲା ଗୁଡିକ ସଟ୍ ଡାଉନ ରହୁଥିବା ହେତୁ ବୌଦ୍ଧଜିଲ୍ଲାର ସୀମାଗୁଡିକ ସିଲ୍ କରାଯିବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି । ସମଗ୍ର ପୂର୍ବ ତଥା ଉପକୂଳ ଓଡିଶାର ଲୋକ ଦଶପଲ୍ଲା-ବୌଦ୍ଧ ସୀମାନ୍ତ ବଦଲା ଦେଇ ୫୭ ନମ୍ବର ଜାତୀୟ ରାଜପଥରେ ବୌଦ୍ଧଜିଲ୍ଲାକୁ ପ୍ରବେଶ କରିଥାନ୍ତି । ସେହିପରି କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଲୋକମାନେ ଫୁଲବାଣୀ-ବୌଦ୍ଧଜିଲ୍ଲା ସୀମାନ୍ତ ରାଣୀପଥର ଦେଇ ବୌଦ୍ଧଜିଲ୍ଲାକୁ ଆସିଥାନ୍ତି । କଳାହାଣ୍ଡି, ବଲାଙ୍ଗୀର ପ୍ରଭୃତି ଜିଲ୍ଲାରୁ ଖୁଣ୍ଟିଗୋରା ଦେଇ ବୌଦ୍ଧକୁ ପ୍ରବେଶ ପଥ ରହିଛି । ସୋନପୁର ଓ ବଲାଙ୍ଗୀରକୁ ମନମୁଣ୍ଡା ତେଲନଦୀ ପୋଲ ସଂଯୋଗ କରିଥାଏ । ବୌଦ୍ଧସହର ମହାନଦୀ ପୋଲ ଦେଇ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଆଦି ଜିଲ୍ଲାର ଲୋକମାନେ ଯାତାୟାତ କରିଥାନ୍ତି । ଏସବୁ କଥାକୁ ବିଚାର କଲେ ବୌଦ୍ଧଜିଲ୍ଲାର ସମସ୍ତ ସୀମାପଥକୁ ସିଲ୍ କରିବାପାଇଁ ପ୍ରଶାସନ ପଦକ୍ଷେପ ନେଲେ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଜନସାଧାରଣରେ ଦାବି ହେଉଛି । ଏହାଦ୍ୱାରା ହଟସ୍ପଟ୍ ଅଞ୍ଚଳର ଲୋକ ଜିଲ୍ଲାକୁ ପ୍ରବେଶ କରିବାରେ ଅଙ୍କୁଶ ଲଗାଯାଇପାରିବ ବୋଲି ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

one × 3 =