ବୌଦ୍ଧ,୨୫/୭ – ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୨୩ ରେ ପହଞ୍ଚିଥିବା ବେଳେ ଲୋକାଲରୁ ୫୮ ଜଣ ବ୍ୟକ୍ତି ଚିହ୍ନଟ ହୋଇଥିବା ଚିନ୍ତାର ବିଷୟ ପାଲଟିଛି । ଜିଲ୍ଲା ପ୍ରଶାସନ ଗତକାଲି ଦେଇଥିବା ସୁଚନା ଅନୁଯାୟୀ ୧୨୩ କରୋନା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୫ ଜଣ, ଲୋକାଲରୁ ୫୮ ଜଣ ଓ ସ୍ୱାସ୍ଥ୍ୟ ବିଭାଗର ୯ ଜଣ କର୍ମଚାରୀ ସମ୍ପୃକ୍ତ ଅଛନ୍ତି । ସେହିପରି ଗତକାଲି ସୁଦ୍ଧା ୨୩୨୫ ଜଣଙ୍କ ନିକଟରୁ ସ୍ୱାବ ନମୂନା ସଂଗ୍ରହ କରାଯାଇଥିବା ବେଳେ ୨୯୨୪ ଗୋଟିର ରିପୋର୍ଟ ଆସିଛି । ବର୍ତ୍ତମାନ ଆହୁରି ୧୯୬ ଗୋଟି ସ୍ୱାବର ରିପୋର୍ଟ ଆସିବା ପାଇଁ ବାକି ରହିଛି । ଗତକାଲି ସୁଦ୍ଧା ୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୬୩ ଜଣ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ହେଉଥିବା ସୂଚନା ମିଳିଛି ।