ପାଞ୍ଚ ବର୍ଷ ହେଲା ଅନ୍ଧାରରେ ଫୁରୁଡା ଗ୍ରାମବାସୀ

0 310

ବୌଦ୍ଧ,୧୧/୭ – ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଅଛନ୍ତି ବଉଦ ବ୍ଲକ୍ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଫୁରୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ ଟ୍ରାନ୍ସଫରମର କୌଣସି କାରଣରୁ ପୋଡି ଯାଇଥିଲା । ଆଜି ମରାମତି ହେବ କାଲି ମରାମତି ହେବ କହି ବିଦ୍ୟୁତ୍ ବିଭାଗ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଆଜିଯାଏଁ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିନାହିଁ । ବାରମ୍ବାର କହିବା ପରେ ଲୋକଙ୍କ ଉପରେ ଥିବା ବକେୟା ବିଦ୍ୟୁତ୍ ଦେୟ ପରିଶୋଧ କରିବାକୁ କହିଲେ ବିଦ୍ୟୁତ୍ ବିଭାଗ । ଲୋକେ ମଧ୍ୟ ତାହା ସଂଗ୍ରହ କରି ପଇଠ କଲେ ତଥାପି ଲାଗିପାରିଲା ନାହିଁ ଟ୍ରାନ୍ସଫରମର । ଫଳରେ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଫୁରୁଡା ଗ୍ରାମବାସୀ କାଳାତିପାତ କରୁଛନ୍ତି । ପିଲାଙ୍କ ପାଠପଢା ଏହା ଦ୍ୱାରା ଗୁରୁତର ପ୍ରଭାବିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତୃପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =