ରାତିସାରା ପ୍ରବଳ ବର୍ଷା, ଖାଲୁଆ ଅଂଚଳରେ ଘରେ ପଶିଲା ପାଣି

0 810

ବୌଦ୍ଧ,୧୪/୭ – ଗତ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ବୌଦ୍ଧ ସହରରେ ଥିବା ଖାଲୁଆ ଅଂଚଳର ଘର ଗୁଡିକ ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଛି । ସେହିପରି ବାପୁଜୀ ନଗର,ରାଜନପାଲି ନୂଆସାହି, ମାଳିସାହି, ବୁଟୁପାଲି ଅଂଚଳରେ ଥିବା ଖେତ ଗୁଡିକରେ ବର୍ଷାଜଳ ସକାଳୁ ନଦୀର ଭ୍ରମ ସୃଷ୍ଟି କରିଥିଲା । ଡ୍ରେନ ଗୁଡିକରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଟିକିଏ ବର୍ଷା ହେଲେ ବୌଦ୍ଧ ସହରରେ ଖାଲୁଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଗତ କିଛି ବର୍ଷ ହେଲା ସାଧାରଣ ଘଟଣାରେ ପରିଣତ ହୋଇଛି । ପୁର୍ବରୁ ଯେଉଁ ସ୍ଥାନ ମାନଙ୍କରେ ବର୍ଷା ଜଳ ଗଛିତ ରହୁଥିଲା ସେସବୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏଭଳି ପରିସ୍ଥିତି ହେଉଥିବା ଅଭିଯୋଗ ହୁଏ । ଆଗକୁ ଆହୁରି ବର୍ଷା ଦିନ ଅଛି ତେଣୁ ସେ ସମ୍ପର୍କରେ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ଜନସାଧାରଣରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

13 + 18 =