ବୌଦ୍ଧ : ୬ ଗୋଟି କଣ୍ଟେନମେଣ୍ଟ ଜୋନର ଅବଧି ବୃଦ୍ଧି କଲା ପ୍ରଶାସନ

0 2,108

ବୌଦ୍ଧ,୧୭/୭- ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଥିଲା । ଅନେକ ସ୍ଥାନରେ ଆଜି କଣ୍ଟେନମେଣ୍ଟ ଅବଧି ସରି ଯାଇଥିବା ଯୋଗୁଁ ପୁନଃ ସଂକ୍ରମଣର ଆଶଙ୍କା କରି ଜିଲ୍ଲାର ୬ ଗୋଟି ସ୍ଥାନର କଣ୍ଟେନମେଣ୍ଟ ଜୋନ ଅବଧି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୃଦ୍ଧି କରିଛନ୍ତି । ଆସନ୍ତା ୨୦ ତାରିଖ ସକାଳ ୭ ଘଣ୍ଟା ଯାଏଁ ୬ ଗୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ବୌଦ୍ଧ ସହରର ବୁଟୁପାଲି, କଚେରୀ ଛକ, ହରଭଙ୍ଗା ବ୍ଲକର ପୁରୁଣାକଟକ ବଜାର, ଝାଡ୍ରାଜିଙ୍ଗ ଓ ଠିଡିକାଜୋର୍, ମଥୁରା ଗ୍ରାମ ପଂଚାୟତର କୋଡାସାହି, ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ପୋଲାମ୍ ଆଦି ଅଂଚଳର କଣ୍ଟେନମେଣ୍ଟ ଅବଧି ୨୦ ତାରିଖ ସକାଳ ୭ ଘଣ୍ଟା ଯାଏଁ ବୃଦ୍ଧି କରା ଯାଇଛି । କଣ୍ଟେନମେଣ୍ଟ ଜୋନ ମଧ୍ୟରେ ସାଧାରଣ ଲୋକମାନଙ୍କ ଚଳପ୍ରଚଳ ଓ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି । କେବଳ ଔଷଧ, ତେଜରାତି, ଫଳ, ପରିବା, ମାଛ ମାଂସ, ଅଣ୍ଡା, କ୍ଷୀର ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ । ବ୍ୟାଙ୍କ ଆଦି ଖୋଲା ରହିବ । ଏ ସମସ୍ତ କଟକଣା ଗୁଡିକ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଉଲଙ୍ଘନ କଲେ ଆଇ.ପି.ସି.ର ଧାରା ୧୮୮ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

11 − 3 =