ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସର ଧାରଣା

0 323

ବୌଦ୍ଧ,୨୧/୧୨ – ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ସକାଳ ୧୦.୩୦ ଠାରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କର୍ଣ୍ଣ, ସମରେଶ ମିଶ୍ର, ବିଶ୍ୱଜିତ ମିଶ୍ର, ଗୌରୀ ଶଂକର ଶତପଥୀ, ସରୋଜ କୁମାର ପ୍ରଧାନ, ମହେଶ୍ୱର ପ୍ରଧାନ, ଗଣେଶ ଅଗ୍ରୱାଲ, ବେଣୁଧର ମେହେର, ବୁଦ୍ଧଦେବ ପ୍ରଧାନ, ପ୍ରଶାନ୍ତ ସାହୁ, ପ୍ରଦୀପ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =