ବୌଦ୍ଧ : ଆସନ୍ତାକାଲିଠାରୁ ଆହୁରି କୋହଳ ହେବ ଲକଡାଉନ୍ ସମୟ

0 4,939

ବୌଦ୍ଧ -ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ସପ୍ତାହଠାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍ କଟକଣାକୁ ଟିକିଏ କୋହଳ କରିଥିଲେ । ଗତ ଅଗଷ୍ଟ ୧୦ ତାରିଖ ଠାରୁ ଆଜି ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ଯାଏଁ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ । ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୧୭ ତାରିଖ ଠାରୁ ଅନ୍ୟାଦେଶ ଯାଏଁ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ଖୋଲିବା ସହ ନାଗରିକଙ୍କ ଚଳାଚଳ ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ସୋମବାର ଠାରୁ ଜିଲ୍ଲାରେ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ହୋଟେଲ ଓ ରେସ୍ତୁରାଣ୍ଟ ପାର୍ସଲ ଦେଇ ପାରିବେ । ଠେଲା ଜଳଖିଆ ଦୋକାନ, ଫାଷ୍ଟଫୁଡ ଦୋକାନ ଆଦି ସନ୍ଧ୍ୟା ୭ ଘଣ୍ଟା ଯାଏଁ ଖୋଲି ପାର୍ସଲ ବିକ୍ରୀ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ସମସ୍ତ ଲଜ୍ ଗୁଡିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଲଜ ଗୁଡିକରେ ରହୁଥିବା ଲୋକଙ୍କ ସୂଚନା ଦୈନନ୍ଦିନ ସ୍ଥାନୀୟ ଥାନାରେ ଜଣାଇବାକୁ କୁହାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ ଖୋଲା ରହିବ ।
ଏହା ସହିତ ସନ୍ଧ୍ୟା ୭ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ଯାଏଁ ପୂର୍ବଭଳି ଲକଡାଉନ ବଳବତ୍ତର ରହିବ । ଲକ ଡାଉନ୍ ସମୟରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ପରିସ୍ଥିତିରେ ଘରୁ ବାହାରକୁ ବାହାରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି ଓ ଯିଏ ଖିଲାପ କରିବେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ଓ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ସେହିପରି ପାଞ୍ଚ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ବାରଣ କରାଯାଇଛି । ଆଜିର ଜିଲ୍ଲାପାଳଙ୍କ ଆଦେଶକୁ ବ୍ୟବସାୟୀ ମହଲରେ ଓ ଜନସାଧାରଣରେ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 − seven =