ବୌଦ୍ଧ : ଲକ୍ ଡାଉନର ସମୟକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ

0 1,046

ବୌଦ୍ଧ,୩/୭ : ଜୁଲାଇ ମାସ ପହିଲାରୁ ଦେଶରେ ଲାଗୁ ହୋଇଛି ଅନଲକ-୨, ଯେଉଁଥିରେ କି ଲକ୍ ଡାଉନର ସମୟକୁ ଆଉ ଟିକେ କୋହଳ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ମଧ୍ୟ ନିଜ କ୍ଷମତା ବଳରେ ରାଜ୍ୟରେ ଲକ୍ ଡାଉନର ସମୟକୁ ହ୍ରାସ କରିଛନ୍ତି । ଅନଲକ- ୧ରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ଯାଏଁ ଦୋକାନ ବଜାର ଓ ସାଧାରଣ ଲୋକଙ୍କ ଯାତାୟତ ବାରଣ ରହିଥିଲା । ଅନଲକ -୨ରେ ରାଜ୍ୟସରକାର ଆଉ ଟିକେ କୋହଳ କରିଛନ୍ତି । ରାତି ୯ ଘଣ୍ଟା ଠାରୁ ସକାଳ ୫ ଘଣ୍ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଆଦେଶ ଦେଇଥିଲେ ମଧ୍ୟ କୋଭିଡ୍-୧୯ ନିୟମ ଅନୁଯାୟୀ ସ୍ଥାନୀୟ ପରିସ୍ଥିତିକୁ ଦେଖି ସଂପୃକ୍ତ ଜିଲାର ଜିଲ୍ଲାପାଳମାନେ ଲକ୍ଡାଉନର ସମୟକୁ ବୃଦ୍ଧି କରିପାରିବେ । ଅନଲକ ୨ କୁ ଆଜି ୩ ଦିନ ହେଲାଣି କିନ୍ତୁ ବୌଦ୍ଧ ଜିଲ୍ଲାର ପ୍ରଶାସନ ଜିଲ୍ଲାରେ ଦୋକାନ ବଜାର ଖୋଲିବାର ସମୟ ନିର୍ଘଣ୍ଟକୁ ନେଇ କୌଣସି ସୂଚନା ଜନସାଧାରଣଙ୍କୁ ଦେଇନାହିଁ । ସେଥିପାଇଁ କିଏ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୋକାନ ବନ୍ଦ କରୁଛି ତ କିଏ ରାତି ୯ ଯାଏଁ ଖୋଲୁଛି । ଗତକାଲି ସନ୍ଧ୍ୟା ୭ ଘଣ୍ଟା ପରେ କେତେକ ଚା ଜଳଖିଆ ଓ ଫାଷ୍ଟଫୁଡ ଦୋକାନୀ ମାନଙ୍କୁ ଦୋକାନ ବନ୍ଦ କରିବାକୁ ବୌଦ୍ଧ ପି.ସି.ଆର୍. କହିବା ପରେ ଲୋକେ ଦ୍ୱନ୍ଦ୍ୱରେ ପଡିଥିଲେ । ପୋଲିସର ତାଗିଦ ଓ ଫାଇନ ଭୟରେ ଦୋକାନ ମଧ୍ୟ ବନ୍ଦ ରଖିଥିଲେ । ଅନେକ ଦୋକାନୀ ସେମାନେ ତିଆରି ଥିବା ଜିନିଷ ନଷ୍ଟହେବାରୁ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ସବୁ କ୍ଷମତାର ଅଧିକାରୀ ଓ କୋଭିଡ୍ ୧୯ ନିୟମରେ ତାଙ୍କୁ ଅନେକ ଅଧିକାର ଦିଆଯାଇଛି । ବୌଦ୍ଧଜିଲ୍ଲାରେ କେତେ ସମୟରୁ କେତେ ସମୟ ଦୋକାନ ବଜାର ଖୋଲିବ ଓ କେତେ ସମୟରୁ କେତେ ସମୟ ଲକଡାଉନ୍ ରହିବ ତାହା ସର୍ବସାଧାରଣରେ ଘୋଷଣା କରିବାକୁ ଜନସାଧାରଣରେ ମତପ୍ରକାଶ ପାଉଛି । ଅଯଥା ଛୋଟଛୋଟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଜନସାଧାରଣ ମଧ୍ୟ ଦ୍ୱନ୍ଦ୍ୱରେ ପଡିବା ଦେଖାଯାଉଛି ।

hiranchal ad1
Leave A Reply

Your email address will not be published.

fifteen − two =