ଅନ୍ ଲକ୍ -୨:ମାର୍ଗଦର୍ଶିକା ଜାରିକଲେ ବୌଦ୍ଧଜିଲ୍ଲାପାଳ

0 3,544

ବୌଦ୍ଧ,୪/୭- ଜୁଲାଇ ୧ ତାରିଖରୁ ଦେଶରେ ଜାରି ହୋଇଥିବା ଅନ୍ ଲକ୍-୨ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ପାଇଁ ଏକ ମାର୍ଗଦର୍ଶିକା ଆଜି ଜାରି କରିଛନ୍ତି ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ପୂର୍ବଭଳି ସନ୍ଧ୍ୟା ୭ଘଣ୍ଟା ଠାରୁ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ ଦୋକାନ, ବଜାର ତଥା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଚାଲିକରି କିମ୍ବା କୌଣସି ଯାନବାହନରେ ଯିବାକୁ ବାରଣ କରାଯାଇଛି । ଅବମାନନା କଲେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ଓ ଜୋରିମାନା ଦେବାକୁ ପଡିବ । ହୋଟେଲ, ରେଷ୍ଟୁରାଣ୍ଟ, ଠେଲାବାଲାମାନେ ସକାଳ ୭ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ମଧ୍ୟରେ ଗ୍ରାହକଙ୍କୁ କେବଳ ହୋମ୍ ଡେଲିଭରି କରିପାରିବେ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ଏଥିରେ ଅବହେଳା କଲେ ଫାଇନ ଦେବାକୁ ପଡିବ । ୭ଜଣରୁ ଅଧିକ ଲୋକ ଏକାଠି ରୁଣ୍ଡ ହେବାକୁ ବାରଣ କରାଯାଇଛି । ସେହିପରି ୬୫ ବର୍ଷରୁ ଉର୍ଦ୍ଧ୍ୱବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଘରୁ ନବାହାରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହାକୁ କଡାକଡି ଲାଗୁ କରାଯିବାପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve + 13 =