ରିପୋର୍ଟ ନେଗେଟିଭ ଆସିଲେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆଶାବାଦୀ ପୁଅ

0 1,125

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମର ୫୨ ବର୍ଷିୟ ପଞ୍ଚୁ ଦନାୟକଙ୍କ ଗତ ଗୁରୁବାର ଦିନ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ଦନାୟକ ରୋଜଗାର କରିବା ପାଇଁ ସୁରଟକୁ କାମ କରିବାକୁ ଯାଇଥିବାରୁ ଶେଷ ସମୟରେ ବାପାଙ୍କ ମୁହଁ ଦେଖି ପାରିଲେ ନାହିଁ । ବାପାଙ୍କ ମ୍ରୁତ୍ୟୁ ଖବର ପରିବାର ଲୋକଙ୍କ ଠାରୁ ପାଇବା ପରେ ତୁରନ୍ତ ସୁରଟରୁ ହରଭଙ୍ଗା ଚାଲି ଆସିଲେ । କରୋନା କଟକଣା ଯୋଗୁଁ ଓ ବାହାର ରାଜ୍ୟରୁ ଫେରିଥିବା ହେତୁ ସେ ଗ୍ରାମର ୟୁଥ କ୍ଲବରେ ୩ ଦିନ ହେଲା ସଙ୍ଗରୋଧରେ ରହିଛନ୍ତି । ତାଙ୍କର ସ୍ୱାବ ନମୂନା ନେଗେଟିଭ ଆସିଲେ ସେ ବାପାଙ୍କ ଶୁଦ୍ଧକ୍ରିୟା କରିବାକୁ ଆଶା ରଖିଛନ୍ତି । ଆସନ୍ତା ରବିବାର ଦିନ ତାଙ୍କ ବାପାଙ୍କ ଦଶାହ କାର୍ଯ୍ୟ ପଡୁଥିବାରୁ ତା ପୁର୍ବରୁ ତାଙ୍କରର ରିପୋର୍ଟ ଆସିଗଲେ ସେ ଦଶାହ ଶୁଦ୍ଧିକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଆଶାବାଦୀ ଅଛନ୍ତି । ଏ ସମ୍ପର୍କରେ ସେ ହରଭଙ୍ଗା ବିଡିଓଙ୍କୁ ମଧ୍ୟ ଶୀଘ୍ର ସ୍ୱାବ ନମୂନା ପରୀକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି । ସୁଶାନ୍ତ ଆଶାବାଦୀ ଅଛନ୍ତି ଦଶାହ ପୁର୍ବରୁ ତାଙ୍କ ରିପୋର୍ଟ ଆସିବ ଓ ତାହା ନିଶ୍ଚିତ ନେଗେଟିଭ ହେବ । ପିତାଙ୍କ ଶୁଦ୍ଧକ୍ରିୟାରେ ସେ ଅଂଶଗ୍ରହଣ କରି ପିତୃଋଣ ପରିଶୋଧ କରିବେ ।

hiranchal ad1
Leave A Reply

Your email address will not be published.

16 − two =