ବୋନସ ହଡପ ଘଟଣା, ଚାକିରୀ ହରାଇଲେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

0 3,663

ବୌଦ୍ଧ,୪/୧୨- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ବୋନସ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଜମାଖାତାକୁ ପଠାଇ ହଡପ କରିଥିବା ଅଭିଯୋଗରେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭାସ୍କର ବାରିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ତାଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବାତିଲ କରିବାସହ ତାଙ୍କ ନିକଟରେ ଥିବା ସମସ୍ତ କାଗଜପତ୍ର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମୀଣ ଆବାସ)ଙ୍କ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଠିକ୍‌ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ସରକାର ୨୦ହଜାର ଟଙ୍କା ପ୍ରୋତ୍ସାହନ ଦେଇଥାନ୍ତି । ଅଭିଯୋଗ ଅନୁଯାୟୀ ହିତାଧିକାରୀଙ୍କ ଖାତାକୁ ଟଙ୍କା ନପଠାଇ ଅନ୍ୟ ବ୍ୟକ୍ତିଙ୍କ ଖାତାକୁ ଟଙ୍କା ପଠାଯାଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ରିପୋର୍ଟ ମିଳିବାପରେ ଗୁରୁବାର ଦିନ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀ ବାରିକଙ୍କୁ ଚାକିରୀରୁ ବାହାର କରାଯାଇଛି ।

hiranchal ad1
Leave A Reply

Your email address will not be published.

six − four =