ବୌଦ୍ଧ : ଧାନ ବିକି ପାରିବେ ନାହିଁ ପ୍ରାୟ ୨ ହଜାର ଚାଷୀ !

0 2,163

ବୌଦ୍ଧ,୨୮/୧୦ – ଜିଲ୍ଲାରେ ଧାନ ପଞ୍ଜିକରଣ ପାଇଁ ଫର୍ମ ଦାଖଲ କରିଥିବା ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ନିଜ ଚାଷଜମି ଧାନ ବିକ୍ରି କରିପାରିବେ ନାହିଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧାନ ପଞ୍ଜିକରଣ କାର୍ଯ୍ୟ କରୁଥିବା ଅନେକ ସେବା ସମବାୟ ସମିତି ଠିକଣା ସମୟ ମଧ୍ୟରେ ଅନ୍‌ ଲାଇନରେ ପଞ୍ଜିକରଣ କରିପାରିନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସମିତିରେ ନେଟୱାର୍କ ଲଗାତାର ଫେଲ୍‌ ହେଉଥିବାରୁ ଅନଲାଇନ ପଞ୍ଜିକରଣ ହୋଇପାରିନଥିବା କୁହାଯାଉଛି । ଏ ସମ୍ପର୍କରେ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ତଥ୍ୟ ସଂଗ୍ରହ କରି ଜିଲ୍ଲା ଯୋଗାଣ ବିଭାଗକୁ ସୁଚନା ଦେଇ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ ପଞ୍ଜିକରଣ ହୋଇନଥିବାରୁ ଆଉ ପଞ୍ଜିକରଣ ସମ୍ଭାବନା ନାହିଁ ବୋଲି ଜଣାପଡିଛି । ଫଳରେ ଜିଲ୍ଲାର ପ୍ରାୟ ଦୁଇହଜାର ଚାଷୀ ଚଳିତ ଖରିଫ ଋତୁରେ ମଣ୍ଡିରେ ଧାନ ବିକ୍ରୟ କରିବାରୁ ବଞ୍ଚିତ ହେଉଥିବା ନିଶ୍ଚିତ । ଏ ସମ୍ପର୍କରେ ପ୍ରଶାସନ ତରଫରୁ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ବାର୍ତ୍ତାଳାପ କରାଯାଇଥିଲେ ମଧ୍ୟ ଫଳାଫଳ ଶୁନ ହୋଇଥିବାରୁ ଚାଷୀ ସର୍ବନିମ୍ନ ସହାୟକ ଦର ପାଇବେ ନାହିଁ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × five =