କଣ୍ଟେନମେଣ୍ଟ ଜୋନ ପାଇଁ ତଦାରଖକାରୀ ଅଧିକାରୀ ନିଯୁକ୍ତ

0 1,490

ବୌଦ୍ଧ,୧୪/୭ – ଆଜି ବୌଦ୍ଧ ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେ ଅଂଚଳରେ ତଦାରଖ କରିବା ପାଇଁ ଅଧିକାରୀ ନିଯୁକ୍ତ କରିଛନ୍ତି । କଣ୍ଟେନମେଣ୍ଟ ଅଂଚଳରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କୁ ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ମାନେ କରୁଥିବା ସର୍ଭେ କାମକୁ ତଦାରଖ କରିବେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶରତ କୁମାର ସାହୁ, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ୱରେ ବୌଦ୍ଧ ଏନଏସିର ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇନ୍ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ତହସିଲଦାର ବୌଦ୍ଧ ରହିଥିବାବେଳେ ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନକୁ ବିଶୋଧନ ଦାୟିତ୍ୱରେ ଅଗ୍ନିଶମ ଅଧିକାରୀ ବୌଦ୍ଧଙ୍କୁ ଦାୟିତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଂଚଳ ହେଉଛି ବୁଟୁପାଲିରୁ ଲିପସା ଛକ, ଲିପସା ଛକରୁ ନୂଆସାହି ଛକ ଓ ନୂଆସାହି ଛକଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ।

hiranchal ad1
Leave A Reply

Your email address will not be published.

five × 5 =