ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବୌଦ୍ଧଜିଲ୍ଲାର ୪୭୯ ଜଣ ଶିକ୍ଷକ ପାଇଲେ ପଦୋନ୍ନତି

0 1,796

ବୌଦ୍ଧ,୧୬/୧୦ – ବୌଦ୍ଧ ଶିକ୍ଷା ଜିଲ୍ଲାରେ ଲେଭେଲ୍‌ ୫(କ ) ରୁ ୫(ଖ ) କୁ ପଦୋନ୍ନତି ପାଇବାପାଇଁ ବହୁବର୍ଷ ଧରି ଅପେକ୍ଷା କରିଥିବା ୪୭୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗତକାଲି ପଦୋନ୍ନତି ପାଇଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ କୌଣସି କାରଣ ନଥାଇ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଥିବା ସମ୍ପର୍କିତ ଏକ ଖବର ହୀରାଞ୍ଚଳ ଖବରକାଗଜରେ ପ୍ରସାରିତ ହୋଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତୁରନ୍ତ ପଦୋନ୍ନତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଇବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଗତକାଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ୨୩୯ ଜଣ ସିଟି ତାଲିମ୍‌ପ୍ରାପ୍ତ ଓ ୨୪୦ ଜଣ ବିଇଡି ତାଲିମପ୍ରାପ୍ତ ଅଛନ୍ତି । ସବୁ କାର୍ଯ୍ୟ ସରି ନିର୍ଦ୍ଦେଶକଙ୍କ ଅନୁମୋଦନ ପ୍ରାପ୍ତ ହୋଇ ସାରିଥିଲେ ମଧ୍ୟ ଏତେ ଦିନ ଧରି ପଦୋନ୍ନତି ନଦେଇ ଚୁପ୍‌ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କାହିଁକି ଚୁପ୍‌ ରହିଥିଲା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହ ପଦୋନ୍ନତି ଫାଇଲକୁ ଚାପି ଧରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 12 =