ବର୍ଷେହେଲା ଅଚଳ ହୋଇ ପଡ଼ିଛି ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ

0 401

ବୌଦ୍ଧ/ଜହ୍ନାପଙ୍କ,୨/୫- ରାଜ୍ୟ ସରକାର ପଥଚାରୀଙ୍କ ସୁବିଧାପାଇଁ ଛକ ବା ବସଷ୍ଟାଣ୍ଡ ନିକଟରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି ହେଲେ ଏହି ଅନୁଦାନ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେଉଁଠି ଏହି ପ୍ରକଳ୍ପ କିଛିଦିନ ଚାଲିଲା ପରେ ବର୍ଷତମାମ ବନ୍ଦ ହୋଇ ପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଦୃଶ୍ୟ ବୌଦ୍ଧବ୍ଳକ ସଦର ମହକୁମାଠାରୁ ମାତ୍ର ଏକ କିମି ଦୂର ଅର୍ଥାତ ମୁର୍ଷୁଣ୍ଢି ପଞ୍ଚାୟତ ଆଗରେ ଜାତୀୟ ରାଜପଥ ୫୭ କଡରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପକୁ ଦେଖିଲେ ସହଜେ ଅନୁମାନ କରାଯାଇପାରେ । ସୂଚନାମତେ ମୁର୍ଷୁଣ୍ଢି ପଞ୍ଚାୟତ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରେ ପ୍ରାୟ ୨ ଲକ୍ଷ ୬୬ ହଜାର ୫ ଶହ ଟଙ୍କାରେ ପଥଚାରୀ ,ପଞ୍ଚାୟତ ଓ ବ୍ଳକକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ଏହିପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଆରମ୍ଭରୁ କିଛିଦିନ ଚାଲିଲାପରେ ଏହା ବର୍ଷେରୁ ଅଧିକ ହେଲା ଅଚଳ ହୋଇ ପଡିଛି । ଫଳରେ ଏହି ଛକ ଉପରେ ନିର୍ଭର କରୁଥିବ ସରଣ୍ଡା, ଭାଲିଆପଦର, ଡାଙ୍ଗପଡା, ତେତେଲେଙ୍ଗା ଆଦି ଗ୍ରାମର ଲୋକମାନେ ପାନୀୟଜଳ ପାଇଁ ଡ଼ହକ ବିକଳ ହେଉଛନ୍ତି । ଏଇ ଛକ ନିକଟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ସମନ୍ୱିତ ଶିଶୁ ବିଭାଗ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ଥିଲେ ମଧ୍ୟ ପ୍ରତ୍ୟହ ବିଭିନ୍ନ ପଦାଧିକାରୀ ଏହି ବାଟଦେଇ ଯାଉଥିଲେବି କାହାରି ଦୃଷ୍ଟି ନପଡିବା ଲଜ୍ୟାର ବିଷୟ ଅଟେ । ଯଦି ବ୍ଳକ ନିକଟରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଅବସ୍ଥା ଏୟା ତେବେ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଅବସ୍ଥା କେମିତି ଥିବ ସହଜେ ଅନୁମେୟ ।

hiranchal ad1
Leave A Reply

Your email address will not be published.

five × 3 =