ଆଭ୍ୟନ୍ତରୀଣ ରାସ୍ତାକୁ ରାଜ୍ୟ ରାଜପଥ ମାନ୍ୟତା ଦାବୀ

0 954

ବୌଦ୍ଧ,୨୭/୧୦- ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ଆଭ୍ୟନ୍ତରୀଣ ରାସ୍ତାକୁ ଏକାଠି ସଂଯୋଗୀକରଣ କରି ରାଜ୍ୟ ରାଜପଥ ମାନ୍ୟତା ଦେବାକୁ ଦାବୀ କରିଛି ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା । ଆଜି ବାଲ୍ମୀକି ମହାକୁଡଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳରୁ ଲମ୍ବସରୀ,ବରଗୋଛା ଶଗଡା, ଗୁନ୍ଦୁଲିଆ, ବଘିଆପଡା, ବୌଦ୍ଧ, କରଡି, ଧଳପୁର, ହରଭଙ୍ଗା, କୁଶଙ୍ଗ, ତଳଗାଁ ଦେଇ ବାଣିଗୋଛା ପର୍ଯ୍ୟନ୍ତ ଯାଇଥିବା ଉକ୍ତ ରାସ୍ତାକୁ ରାଜ୍ୟ ରାଜପଥ ଭାବେ ଘୋଷଣା କରିବାକୁ ଦାବୀ କରିଛି ବିକାଶ ଗର୍ଜନ ସେନା । ବଲାଙ୍ଗୀର, କନ୍ଧମାଳ ଓ ନୟାଗଡ ଆଦି ଜିଲ୍ଲାକୁ ଉନ୍ନତ ସଂଯୋଗର ମାଧ୍ୟମ ହୋଇପାରିବ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

three + fourteen =