ବୌଦ୍ଧ,୧୬/୭ – ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ (୫୫ବର୍ଷ) ବୟସରେ ପରଲୋକ ହୋଇଯାଇଛି । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୂର୍ବରୁ ହୃଦଘାତ ଜନିତ ସମସ୍ୟା ଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମ୍ରୁତ୍ୟୁ ଘଟିଥିବା ଜଣାପଡିଛି । ସେ ଗତ ୨ ବର୍ଷ ଧରି ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ କମିଶନରେଟ ପୋଲିସ୍ ଓ ମହାମହିମ ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଶ୍ରୀ ନାୟକ କାର୍ଯ୍ୟ କରିଥିଲେ ।
ରବିଚନ୍ଦ୍ର ନାୟକ ୧୯୯୮ ମସିହାରେ ବୌଦ୍ଧ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ପ୍ରଥମ ସ୍ଥାୟୀ ଡି.ଆଇ.ପି.ଆର.ଓ ହେବାର ଗୌରବ ଅର୍ଜନ କରିଥିଲେ । ସେ ପ୍ରାୟ ୬ ବର୍ଷ ଧରି ବୌଦ୍ଧରେ କାମ କରିଥିଲେ । ବୌଦ୍ଧରେ ଥିବା ସମୟରେ ତାଙ୍କର ହାର୍ଟ ଅପରେସନ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ତାଙ୍କର ବିୟୋଗରେ ହୀରାଞ୍ଚଳର ସଂପାଦକ ଯୁଗଳ କିଶୋର ସାମଲ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.