ଟି.ଏମ.ସି.ରେ ବିଧାୟକଙ୍କୁ ଭେଟିଲେ ଜିଲ୍ଲାପାଳ ଓ ସିଡିଏମଓ

0 1,441

ବୌଦ୍ଧ,୫/୧୦ – ଗତ ୨୮ ତାରିଖରୁ କରୋନା ପଜିଟିଭ ଚିହ୍ନଟ ହୋଇ କୁଲୁତାଜୋର୍‌ ଗ୍ରାମ ପଂଚାୟତ ଟପର୍ଣ୍ଣା ଟି.ଏମ.ସି.ରେ ସଙ୍ଗରୋଧରେ ଥିବା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଗତକାଲି ବୌଦ୍ଧ ଜିଲ୍ଲାପାଳ ଓ ସିଡିଏମଓ ସାକ୍ଷାତ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ଅଚାନକ ବିଧାୟକ ମହୀଧର ରଣା ରହୁଥିବା ଟପର୍ଣ୍ଣା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । କରୋନା ଆକ୍ରାନ୍ତ ହେବା ପରେ ସେଠାରେ ଏକୁଟିଆ କ୍ୱାରେଣ୍ଟାଇନରେ ରହୁଥିବା ବିଧାୟକଙ୍କୁ ସାକ୍ଷାତ କରିଥିଲେ । କିଛି ସମୟ ଧରି ଟପର୍ଣ୍ଣା କଲ୍ୟାଣ ମଣ୍ଡପରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଗଣାରେ ଦୂରତ୍ୱ ରକ୍ଷାକରି ବସି ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହିତ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧ।।ୟକ ଶ୍ରୀ ରଣା ଗତ ୨୮ ତାରିଖରୁ ତାଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ଭୁବନେଶ୍ୱରର ସମ କୋଭିଡ୍‌ ହସପିଟାଲକୁ ଯିବାପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ଶ୍ରୀ ରଣା ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଲ୍ଲାପାଳ ଓ ସିଡିଏମଓଙ୍କ ସହିତ ମନମୁଣ୍ଡା ଡାକ୍ତରଖାନାର ଚିକିତ୍ସା ଅଧିକାରୀ ମହେନ୍ଦ୍ର ସଏ, ଖୁଣ୍ଟିଗୋରା ପି.ଏଚ.ସି.ର ଡାକ୍ତର ଆନନ୍ଦ ଭୁଏ, କଣ୍ଟାମାଳ ଡାକ୍ତରଖାନାର ଆୟୁଷ ଡାକ୍ତର ପ୍ରମୋଦ ସାହୁ ପ୍ରମୁଖ ଟପର୍ଣ୍ଣା ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରଣାଙ୍କ ପରିବାରର ଅନ୍ୟ ୬ ଜଣ ସଦସ୍ୟ ମଧ୍ୟ ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ସମସ୍ତେ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

eight + thirteen =