୬ ବର୍ଷ ପରେ ବି ଖୋଲୁନି ପ୍ରାଣୀ ସହାୟକ କେନ୍ଦ୍ର

0 353

ବୌଦ୍ଧ/ଜହ୍ନାପଙ୍କ,୧୧/୫- ଗ୍ରାମାଞ୍ଚଳରେ ପଶୁପକ୍ଷୀମାନଙ୍କ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ହେଲେ ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ଏହି ସୁବିଧା ଠିକ୍‌ ଭାବେ ପହଞ୍ଚି ପାରୁନାହିଁ । ବୌଦ୍ଧବ୍ଳକ ତେଲିବନ୍ଧ ଛକ ନିକଟରେ ୨୦୧୫ ମସିହାରେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା । ଏହାକୁ ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନ ବିଧାୟକ ପ୍ରଦୀପ କୁମାର ଅମାତ ୨୫-୧୨-୨୦୧୫ ମସିହାରେ ଉଦଘାଟନ କରିଥିଲେ । କିନ୍ତୁ ପରିତାପର ବିଷୟ ଉଦଘାଟନ ଦିନଠାରୁ ଆଜକୁ ୬ ବର୍ଷ ହେଲା ପ୍ରାଣୀ ଚିକିତ୍ସକ ନିଯୁକ୍ତ ହୋଇନଥିବାରୁ ଏଠାରେ ତାଲା ଝୁଲୁଛି । ଫଳରେ ତେଲିବନ୍ଧ ପଞ୍ଚାୟତର ଧୁଡୁରୁବାହାଲ, କାଶଲପୁର, ତେଲିବନ୍ଧ, ରାମପୁର, କମ୍ପରା, ସାପଦୋହଲି, କୌଡିଆତୋଳା, ପୋଡାବଳସ, ଗୌତମପାଲି ଆଦି ଗ୍ରାମର ଲୋକମାନେ ବାଧ୍ୟହୋଇ ୪ କିମି ଜହ୍ନାପଙ୍କ କିମ୍ବା ସାହାଜପ ।ଲ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ସମୟ ନଷ୍ଟ ହେବାସହ ହଇରାଣ ହେଉଛନ୍ତି । ତେବେ ପୂର୍ବରୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ଜହ୍ନାପଙ୍କ କେନ୍ଦ୍ର ଦାୟିତ୍ୱରେ ଥିବା ପ୍ରାଣୀ ଚିକିତ୍ସକଙ୍କୁ ସପ୍ତାହରେ ୩ ଦିନ ତେଲିବନ୍ଧ ଚିକିତ୍ସା କେନ୍ଦ୍ରରେ ଉପସ୍ଥିତ ରହି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଆସୁନଥିବାରୁ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଣୁ ଏଠାରେ ତୁରନ୍ତ ପ୍ରାଣୀ ଚିକିତ୍ସକ ନିଯୁକ୍ତି କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 4 =