ଘଣ୍ଟାପଡା ବଜାର ଛକ କଣ୍ଟେନମେଣ୍ଟ ଜୋନ ଘୋଷିତ

0 538

ବୌଦ୍ଧ,୨୫/୯ – କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡା ଗ୍ରାମର ବଜାର ଛକ ନିକଟରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ବଜାର ଛକ ଠାରୁ ହସପିଟାଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୭ ଘଣ୍ଟା ଠାରୁ ୨୮ ତାରିଖ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଅଂଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିବ । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ କେହି ଘରୁ ବାହାରକୁ ନ ବାହାରିବା ପାଇଁ ସରପଞ୍ଚ ଶ୍ରୀ ଦେହୁରୀ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 3 =