ସଟ୍‌ ଡାଉନରେ ଅମାତଙ୍କ କୋଭିଡ୍‌ କାର୍ଯ୍ୟକ୍ରମ: ବିବାଦରେ ଛନ୍ଦିବାକୁ ଷଡଯନ୍ତ୍ର ନୁହେଁ ତ !

0 761

ବୌଦ୍ଧ,୧୪/୬ – ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଶନିବାର ଦିନ ସଟ୍‌ ଡାଉନ ଥିବା ସତ୍ୱେ ବୌଦ୍ଧ ଟାଉନହଲ ଠାରେ ଏକା ସମୟରେ ସରକାରୀ ଓ ଦଳୀୟ କୋଭିଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟିହେବା ସହ ବିରୋଧୀ ବିଜେପିଦଳ ତରଫରୁ ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ମିଶି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଓ ପ୍ରଶାସନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କାର୍ଯ୍ୟକ୍ରମରେ ଅଙ୍ଗନୱାଡିର ଶିଶୁଙ୍କୁ ମଧ୍ୟ ସାମିଲ କରାଯାଇଥିବା ସହ କୋଭିଡ ନିୟମକୁ ଉଲ୍ଲଂଘନ କରାଯାଇ ଯେଉଁଭଳି ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଆଇନ ଅନୁଯାୟୀ ମକଦ୍ଦମା ରୁଜୁ କରିବାପାଇଁ ବିଜେପି ଦାବି କରିଛିି । ବିରୋଧୀଦଳ ହିସାବରେ ବିଜେପିର ଏହି ବିରୋଧ ସ୍ୱଭାବିକ ଏବଂ ଆଇନତଃ ଯଥାର୍ଥ ମଧ୍ୟ ।

hiring

ପ୍ରଶ୍ନ ଉଠୁଛି ସମସ୍ତ ନିୟମ ଜାଣିସୁଦ୍ଧା ପ୍ରଶାସନିକ ଅଧିକାରୀ ଏବଂ ବିଧାୟକ ଏହି କାର୍ଯ୍ୟକ୍ରମରେ କିଭଳି ଯୋଗଦେଲେ ? ସଟ୍‌ ଡାଉନ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କାହାର ଏଭଳି ଉଦ୍ଭଟ ଚିନ୍ତାଧାରା ଓ ଏହାପଛର ନାୟକ କିଏ ? ଆଲୋଚନା ହେଉଛି ଯେ ବିଧାୟକ ଶ୍ରୀ ଅମାତଙ୍କୁ ବଦନାମ କରିବାପାଇଁ ଏଭଳି ବିବାଦ ସୃଷ୍ଟି କରାଯାଇଛି । ସରକାରୀ ଭାବେ ୨ଟି କୋଭିଡ ସହିଦଙ୍କ ପରିବାରଙ୍କୁ ପେନସନ ପ୍ରଦାନ ଓ ବିଧାୟକ ପାଣ୍ଟି ଜରିଆରେ ମାକ୍ସ ବଣ୍ଟନର ଯଥାର୍ଥତା ବୁଝାଯାଇପାରେ । କିନ୍ତୁ ସେହି ସମୟରେ ଯୁବ ବିଜେଡି ସେହିସ୍ଥାନରେ ସାନିଟାଇଜର ଓ ମାକ୍ସ ବଣ୍ଟନ କରିବା ସହଜରେ ହଜମ ହେଉନାହିଁ । ବୌଦ୍ଧ ସହରରେ କୋଭିଡ ପଜିଟିଭଙ୍କ ସଂଖ୍ୟା କମି ଆସିଥିବାବେଳେ ଏତେ ବିଳମ୍ବରେ ଏଭଳି କାର୍ଯ୍ୟକ୍ରମ ଠିକ୍‌ ହୋଇନାହିଁ ବୋଲି ମଧ୍ୟ ବିଜେଡିର ଯୁବ ଓ ଛାତ୍ରନେତାମାନେ ମତ ଦେଇଛନ୍ତି । ଶ୍ରୀ ଅମାତଙ୍କୁ ଖୋସାମତ କରି ଠିକାକାମ ଏବଂ ଆଗାମୀ ଏନଏସି ନିର୍ବାଚନରେ ଫାଇଦା ଉଠାଇବା ପାଇଁ ଯେଉଁ ମାତାଲ ପ୍ରତିଦ୍ୱନ୍ଦ୍ୱିତା ରହିଛି ଏହି କାର୍ଯ୍ୟକ୍ରମ ତାହାର ଏକ ହେଙ୍ଗଓଭର୍‌ କୁହାଯାଇପାରେ । ଏଭଳି ମଧ୍ୟ ଚର୍ଚ୍ଚା ହେଉଛି ଯେ ସାମ୍ବାଦିକ ସମ୍ମିଳନୀ ବିଜେପି କରିଥିଲେହେଁ ଜାଣିଶୁଣି ଏହି କାର୍ଯ୍ୟକ୍ରମ କରାଇ ବିବାଦରେ ବିଧାୟକଙ୍କୁ ଛନ୍ଦିବା ଦ୍ୱାରା କୁଆଡେ କଂଗ୍ରେସ ଦଳକୁ ଫାଇଦା ହେବ । ଏସବୁ କଥାର କେତେ ସତ୍ୟତା ଜଣାନାହିଁ କିନ୍ତୁ ବିଧାୟକଙ୍କ ୨ବର୍ଷ ପୂରଣ ଅବସରରେ ବୌଦ୍ଧଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ଜିଲ୍ଲାର ଉଭୟ ବିଧାୟକଙ୍କୁ ସୋସିଆଲ ମିଡିଆରେ ଯେଉଁସବୁ ପ୍ରଶ୍ନ ପଚାରିଥିଲେ କିମ୍ବା ବର୍ତ୍ତମାନ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ତାହାର ଉତ୍ତର ନଦେଇ ଜିଲ୍ଲା ଯୁବ ବିଜେଡି ଚୁପ୍‌ ରହିବା ଦ୍ୱାରା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଧାୟକ ଶ୍ରୀ ଅମାତଙ୍କ ପାଖଲୋକ କହି ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଫାଇଦା ହେଉ କିମ୍ବା ଠିକା କାମ, ଏସବୁଥିରେ ଆଗରେ ଥିବା କିଛିଲୋକଙ୍କ ଅସଲ ଚେହେରା ବୁଝାଯାଇପାରେ ।

hiranchal ad1
Leave A Reply

Your email address will not be published.

13 + six =