ସାତକୋଶିଆ ଅଭୟାରଣ୍ୟରେ ପାଟ୍ରୋଲିଂ

0 214

୬୦ କି.ମି ପାଦରେ ଚାଲିଲେ ୪୦ ବନକର୍ମଚାରୀ ସାମିଲ, ମାସରେ ୨ଥର ହେବ ପାଟ୍ରୋଲିଂ

hiring

ହରଭଙ୍ଗା,୧୭/୭- ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧିନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗାବ୍ଲକ ଅନ୍ତର୍ଗତ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ବନବିଭାଗ ପକ୍ଷରୁ ଆଜି ପାଟ୍ରୋଲିଂ କରାଯାଇଛି । ନୟାଗଡ ବନ୍ୟପ୍ରାଣୀ ବିଭାଗର ଡିଏଫଓ ହର୍ଷବର୍ଦ୍ଧନ ଉଦଗାତାଙ୍କ ସମେତ ବିଭାଗର ୪୦ ବନ କର୍ମଚାରୀ ୪ଟି ବନାଞ୍ଚଳରେ ପାଟ୍ରୋଲିଂ କରିଥିଲେ । ଅଭୟାରଣ୍ୟର ବାଣିଗୋଚ୍ଛା (ଉ), ବାଣିଗୋଚ୍ଛା (ଦ), କୁଶଙ୍ଗ, ଛମୁଣ୍ଡିଆ ଆଦି ରେଞ୍ଜ ଅଞ୍ଚଳର ବାଇଶିପଲ୍ଲୀ, ପଦ୍ମତୋଳା, ସୁନାଖଣ୍ଡିଆ, ବାଣିଗୋଚ୍ଛା, ନୂଆପଡା, ଛାମୁଣ୍ଡିଆ, ବଡମୂଳ, ମାରଡା, କୁତୁରୀ, ଶୀତଳପାଣି ଆଦି ଅଭୟାରଣ୍ୟରେ ୬୦ କି.ମି ଅଞ୍ଚଳରେ ବିଭାଗୀୟ କର୍ମଚାରୀ ବୁଲିଥିଲେ । ବନ୍ୟଜନ୍ତୁ ଶିକାର ରୋକିବା, ଚୋରାକାଠ ଚାଲାଣ ବନ୍ଦ କରିବା, ବନ୍ୟପ୍ରାଣୀଙ୍କ ଖାଦ୍ୟ, ଗତିବିଧି ସଂପର୍କରେ ତଳସ୍ତରର କର୍ମଚାରୀମାନେ ବୁଝାଇବା ଉଦ୍ଦେଶ୍ୟରେ ଏହି ପାଟ୍ରୋଲିଂ କରାଯାଇଥିଲା । କର୍ମଚାରୀମାନେ ବନାଞ୍ଚଳରେ ଦୁର୍ଗମ ଇଲାକାରେ ବୁଲିଥିଲେ । ସୂଚନା ଅନୁଯାୟୀ ସାତକୋଶିଆରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ଲାଗିରହିଛି । ବନ୍ଧୁକ ଓ ପୋଷାକୁକୁର ଦ୍ୱାରା ସେମାନେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଏହାକୁ ରୋକିବାପାଇଁ ପ୍ରତିମାସରେ ବନାଞ୍ଚଳ ଅଧିକାରୀମାନେ ପାଟ୍ରୋଲିଂ କରିବେ ଓ ଏଥିରେ ସମସ୍ତ କର୍ମଚାରୀ ସାମିଲ ହେବେ ବୋଲି ଡିଏଫଓ ଉଦଗାତା ପ୍ରକାଶ କରିଛନ୍ତି । ଫଳରେ ବନ୍ୟପ୍ରାଣୀ ଶିକାର ରୋକିବା ସହ ଜୀବଜନ୍ତୁ ରକ୍ଷା ପାଇପାରିବେ । ଏହି ବିଭାଗର ୪ଟି ରେଞ୍ଜର ୪୦ଜଣ ବନକର୍ମଚାରୀଙ୍କୁ ନେଇ ଆଜି ଏହି ପାଟ୍ରୋଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ପାଟ୍ରୋଲିଂକୁ ନିୟନ୍ତ୍ରଣ କରିବାପାଇଁ ତିନୋଟି ଗ୍ରୁପ କରାଯାଇ ଜଙ୍ଗଲର ବିଭିନ୍ନ ଦିଗକୁ ପାଟ୍ରୋଲିଂ କରାଯାଇଥିଲା । ଏବେ ବର୍ଷାଋତୁରେ ଜଙ୍ଗଲରେ ପାଟ୍ରୋଲିଂ ପାଇଁ ଯେଉଁସବୁ ପାଦଚଲା ରାସ୍ତା ରହିଛି ତାହା କେତେକାଂଶରେ ବନ୍ଦ ହୋଇଯାଇଥାଏ । ତେବେ ଏହି ରାସ୍ତାକୁ ଭଲଭାବେ ଚିହ୍ନିବା ସହ ପାଟ୍ରୋଲିଂ କିପରି ସହଜ ହୋଇପାରିବ ସେନେଇ ଆଜି ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଜଙ୍ଗଲ ମଧ୍ୟରେ ଥିବା ଅପହଞ୍ଚ ଇଲାକାକୁ ଯାଇ ସେଠାରେ ଥିବା ବନ୍ୟପ୍ରାଣୀମାନଙ୍କ ଉପସ୍ଥିତି ଓ ସୁରକ୍ଷା ଦିଗକୁ ବୃଦ୍ଧି କରିବା । ଏହି ପାଟ୍ରୋଲିଂକୁ ତ୍ୱରାନ୍ୱିତ କରିବା ଓ ଏଥିସହ ଜଙ୍ଗଲ ଭିତରେ ଯେପରି କୌଣସି ବେଆଇନ କାର୍ଯ୍ୟ ଯେପରି ନହୁଏ ସେ ଦିଗରେ ଧ୍ୟାନ ଦିଆଯିବାକୁ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =