କାମକୁ ନୁହେଁ ଜଳସେଚନ ବିଭାଗ , ଲୋକେ କରୁଛନ୍ତି ଶ୍ରମଦାନ

0 634

ବୌଦ୍ଧ,୨୭/୭ -ବୌଦ୍ଧରେ ରହିଛି ଜଳସେଚନ ବିଭାଗର ଡିଭିଜନ ଅଫିସ । ସାଲୁଙ୍କୀ ମଧ୍ୟମ ଜଳ ସେଚନ ପ୍ରକଳ୍ପର ସହକାରୀଯନ୍ତ୍ରୀ ଓ ଅନେକ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । କେନାଲ ମରାମତି ପାଇଁ ବିଭାଗରୁ ଆସୁଛି ଲକ୍ଷ ଲକ୍ଷ ଟଂକାର ଅନୁଦାନ । ମହାତ୍ମାଗାନ୍ଧି ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ଲକ୍ଷ ଲକ୍ଷ ଟଂକାର ଅନୁଦାନ ଦେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ହେଲେ ବିଭିନ୍ନ ସ୍ଥାନରେ ଚାଷୀ ମାନେ ଶ୍ରମଦାନ କରି କେନାଲ ମରାମତି ଓ ସଫେଇ କରୁଥିବା ଦେଖିବାକୁ ମିଳୁଛି । ପୁର୍ବରୁ ପଲସପାଟ, ପୋଡାବଲସ ଆଦି ଗ୍ରାମର ଚାଷୀମାନେ ନିଜ ନିଜ ଗ୍ରାମଦେଇ ଯାଇଥିବା ସାଲୁଙ୍କୀ କେନାଲର ମାଟି ଉଦ୍ଧାର କରିଥିବା ବେଳେ ଆଜି ବଢିଗାଁ ଗ୍ରାମପଂଚାୟତ ଗିରାସିଙ୍ଗା ଗ୍ରାମରେ ଚାଷୀମାନେ କେନାଲର୍ ପଙ୍କୋଦ୍ଧାର କରିଥିବା ଦେଖିବାକୁ ମିଳିଥିଲା । କେନାଲ ଗୁଡିକ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପୋତି ହୋଇ ଯାଉଥିବାବେଳେ ଜଳ ସେଚନ ବିଭାଗର ଯନ୍ତ୍ରୀମାନେ ତାହାର କୌଣସି ସମାଧାନ ନକରି ଚୁପ୍ ରହୁଛନ୍ତି । ଚାଷୀମାନେ ବାରମ୍ବାର ଅଭିଯୋଗ କରି ହତାଶ ହେବା ପରେ ବାଧ୍ୟ ହୋଇ ନିଜେ ଶ୍ରମଦାନ କରି କେନାଲ ମରାମତି ଓ ପଙ୍କୋଦ୍ଧାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଚଳିତବର୍ଷ କେନାଲ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବହୁ ମାତ୍ରାରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଚାଷୀମାନେ ତାହାର ତଦନ୍ତ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 17 =