ଆବାସ ଯୋଜନାରୁ ବଞ୍ଚିତ ବିଧବା ବୃଦ୍ଧା

0 492

ବୌଦ୍ଧ,୨୪/୯ – ସରକାର ଗରୀବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଯୋଜନା ନାମରେ ହଜାର ହଜାର କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଥିବାବେଳେ ଗରିବ ଖଟିଖିଆଙ୍କ ଭାଗ୍ୟରେ ଏ ଯୋଜନା ସାତ ସପନ ଏଭଳି ଅଭିଯୋଗ ସବୁବେଳେ ହୋଇଆସୁଛି କିନ୍ତୁ ବ୍ୟବସ୍ଥାରେ ଆସୁନାହିଁ ସୁଧାର । ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତ କିରାସିରା ଗ୍ରାମର କମଳା ପ୍ରଧାନ ନାମକ ଜଣେ ୭୦ ବର୍ଷର ଅସହାୟ ବୃଦ୍ଧା ଆଜି ଯାଏଁ ପାଇନାହାନ୍ତି ଆବାସ ଯୋଜନା ଘର । ଗତ ମାସରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କର ଘର ଭାଙ୍ଗି ଯାଇଥିବା ବେଳେ ପାଖରେ ଥିବା ଝିଅ ଜ୍ୱାଇଁ ଘରେ ଆଶ୍ରୟ ନେଇଛନ୍ତି ତାଙ୍କୁ ତୁରନ୍ତ ଆବାସ ଯୋଜନାରୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five − two =