ସାତ ବର୍ଷ ହେଲା ପଡି ରହିଛି ପାନୀୟ ଜଳ ପ୍ରକଳ୍ପ

0 486

ବୌଦ୍ଧ/ବାଉଁଶୁଣି,୨/୧୦ – ବୌଦ୍ଧବ୍ଲକ୍‌ ବାଉଁଶୁଣି ଗ୍ରାମ ପଂଚାୟତର ୯ ଓ ୧୦ ନମ୍ବର୍‌ ୱାର୍ଡ ଜମଘାଟୀର ବାସିନ୍ଦା ପିଇବା ପାଣି ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ ହୁଏ । ସେ ଅଂଚଳରେ ଥିବା ଏକମାତ୍ର ନଳକୂଅରୁ ଉଭୟ ୱାର୍ଡର ଜନସାଧାରଣ ପାନୀୟ ଜଳ ସଂଗ୍ରହ କରୁଥିବାରୁ ସେଠାରେ ନାହିଁନଥିବା ଭିଡ ପରିଲକ୍ଷିତ ହେଉଛି । ଜମଘାଟୀର ଉଭୟ ୱାର୍ଡକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସାତବର୍ଷ ତଳେ ଗୋଟିଏ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିମ୍ନମାନର କାର୍ଯ୍ୟ ଓ ବୈଷୟିକ ତ୍ରୁଟି ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଚଳ ଅବସ୍ଥାକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପକୁ ସଚଳ କରିବାପାଇଁ ବାରମ୍ବାର ଗ୍ରାମବାସୀ ଦାବୀ କରୁଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବା ଅଭିଯୋଗ ହୁଏ । ଲୋକଙ୍କୁ ପାନୀୟ ଜଳ ଉପଲବଧ କରାଇବା ପାଇଁ ସରକାର ରାଜକୋଷରୁ ଅର୍ଥ ବିନିଯୋଗ କରୁଥିବାବେଳେ ତାହା ଲୋକଙ୍କ ବ୍ୟବହାରରେ ଆସୁନଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କ ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

3 × four =