ବୌଦ୍ଧ,୧୧/୬:- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍ ପୃଥକ୍ ଭାବେ ହରଭଂଗା ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମିତା ରଥ ଓ ତିନି ଦଫା ସମ୍ବଳିତ ଦାବି ପତ୍ର ତହସିଲଦାର ଶମ୍ଭୁ ଭୁଷଣ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ହରଭଙ୍ଗା ବ୍ଲକର ସମସ୍ତ ଭୂମିହୀନଙ୍କୁ ଚାଷ ଜମି , ଡିହ ହୀନଙ୍କୁ ଡିହ ଏବଂ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ତହସିଲଦାର ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଶହଶହ ଦଳିତ ପରିବାର ଉପରୋକ୍ତ ସୁବିଧା ସୁଯୋଗ ଏବଂ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ହଜାର ହଜାର ହେକ୍ଟର ଜମି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଜବର ଦଖଲ ରହିଥିବାବେଳେ ଜିଲ୍ଲାର ଶହ ଶହ ପରିବାର ଭୂମିହୀନ ଏବଂ ଡିହହୀନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ଜବର ଦଖଲ କରିଥିବା ବେଆଇନ୍ ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାସହ ଭୂମି ହୀନ ଦଳିତ ପରିବାର କୁ ଦୁଇ ଏକର ଲେଖାଏଁ ଚାଷ ଜମି ଏବଂ ଡିହ ହୀନ ଙ୍କୁ ଦଶ ଡିସିମିଲ ଲେଖାଏଁ ଘରବାରୀ ପଟ୍ଟା ଯୋଗାଇ ଦେବାକୁ ଡାବୀ କରାଯାଇଛି । ସେହିପରି ଜିଲ୍ଲାର ଶତାଧିକ ଦଳିତ ବସ୍ତିକୁ ସରକାରୀ ରାସ୍ତା ନ ଥିବାରୁ ଲୋକଙ୍କ ଡିହ ଏବଂ ହୁଡ଼ା ଦେଇ ଯିବା ଆସିବା କରୁଛନ୍ତି । ଶତାଧିକ ବସ୍ତିରେ ନଳକୂଅ ନ ଥିବା ଯୋଗୁଁ ପିଇବା ପାଣି ର ଘୋର ସମସ୍ୟା ଦେଖା ଦେଇଛି । ହରଭଙ୍ଗା ବ୍ଲକ ର ସମସ୍ତ ଗଣ୍ଡା ସାହିକୁ କମ୍ୟୁନିଟି ସେଣ୍ଟର , ନଳକୂଅ , କଂକ୍ରିଟ ରାସ୍ତା ଏବଂ ଜିଲ୍ଲାର ପ୍ରତି ବ୍ଲକ ରେ ଅତି କମରେ ତିନୋଟି ଅନୁସୂଚିତ ଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ଏବଂ ଦୁଇଟି ମହା ବିଦ୍ୟାଳୟ ଆଦି ସାତ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ରୋହିତ କହଁର, ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ, ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସମାଜସେବୀ ସେବତୀ ବେହେରା , ସଂଜିତ କୁମାର ଜେନା , ରବୀନ୍ଦ୍ର ବେହେରା , ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର , ପୂର୍ବତନ ସଙ୍କୁଲୋଇ ପଂଚାୟତର ସରପଞ୍ଚ ସନ୍ତୋଷ କୁମାର ବେହେରା , କ୍ଷେତ୍ରମୋହନ ମହାନନ୍ଦ , ମହାଦେବ କଲତା , କଳିଙ୍ଗ ତାଣ୍ଡିଆ , ରାଜେନ୍ଦ୍ର ବାଘ , ପ୍ରମୋଦ ସାହାଣୀ , ସଂଜିତ ଜେନା , ପ୍ରଜାପତି ଭବସାଗର , ରବୀନ୍ଦ୍ର ନାଗ , ସୁରେଶ୍ ମହାନନ୍ଦ , ସୁନାଧର ବାଘ , ପୂର୍ବତନ ମଥୁରା ପଞ୍ଚାୟତର ସମିତି ସଭ୍ୟ ଡାକ୍ତର ବେହେରା , ପୂର୍ବତନ ରାମଗଡ଼ ପଂଚାୟତର ସମିତିସଭ୍ୟ ଶଙ୍କର ତାଣ୍ଡିଆ, ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ବିଚିତ୍ର କହଁର , ଧରଣୀଧର ବିଭାର , କୃଷ୍ଣଚନ୍ଦ୍ର କୁମ୍ଭାର , ଦୁର୍ଗା ଦୀପ , ସଦାନନ୍ଦ ନାୟକ , ସୁଧୀର ଦୀପ , ନଟବର ପ୍ରଧାନ , ବେଲାଳସେନ ନାୟକ , ଅର୍ଜୁନ ବେହେରା , ସୁଶୀଲ ବେହେରା , ଅରୂପା ଦୀପ , ଭାଗ୍ୟବନ୍ତ ବେହେରା , ଉପେନ୍ଦ୍ର କହଁର , ବାସୁଦେବ ନାୟକ , ଶ୍ରୀକର ପ୍ରଧାନ , ଶେଷଦେବ ବେହେରା , ସାରଙ୍ଗଧର କହଁର , ବଳଭଦ୍ର ଭବସାଗର , ସୁରେଶ କୁମ୍ଭାର , ପଙ୍କଜ କହଁର , ନନ୍ଦି କିଶୋର କହଁର , ବିଦେଶୀ ମହାନନ୍ଦିଆ , ରାଜେନ୍ଦ୍ର ବେହେରା , ନରେନ୍ଦ୍ର କହଁର , ବସନ୍ତ ଜଗଦଲା , ରୋହିତ କୁମ୍ଭାର , ଅନାଦି ବେହେରା , ଦଶରଥ ବେହେରା , ମନ୍ମଥ ନାୟକ , ଅନିଲ କୁମାର ତନ୍ତୀ , ଅଗସ୍ତି ନାୟକ , ରାଜେନ୍ଦ୍ର ମହାନନ୍ଦିଆ , ରଶ୍ମିରଂଜନ ବେହେରା , ନିତ୍ୟାନନ୍ଦ ନାୟକ , ରଂଜନ ବେହେରା , ଭାରତୀ ବେହେରା , ସାନ ବେହେରା , ଅଭୟ ବେହେରା ପ୍ରମୁଖଙ୍କ ସହିତ ୨୨ ଟି ପଂଚାୟତ କମିଟିର ସହସ୍ରାଧିକ କର୍ମକର୍ତ୍ତା ଓ ସମାଜସେବୀ ଘେରାଉ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।