ଧାନ କ୍ରୟରେ ଦଲାଲିରାଜର ଅଭିଯୋଗ ଆଣିଲେ ଚାଷୀ

0 1,091

ବୌଦ୍ଧ/ବାଉଁଶୁଣୀ,୪/୧ – ବୌଦ୍ଧବ୍ଲକ୍‌ ବାଉଁଶୁଣୀ ସେବା ସମବାୟ ସମିତିରେ ଖରିଫ ଧାନ କ୍ରୟରେ ବ୍ୟାପକ ଅନିୟମିତତା ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ସମିତିରେ ଚାଷୀମାନଙ୍କୁ ଅଗ୍ରାଧିକାର ନ ଦେଇ ବେପାରୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀମାନେ ଶୀତ କାକରରେ ରାତି ରାତି ଧରି ମଣ୍ଡିରେ ପଡି ରହୁଥିବାବେଳେ ଦଲାଲମାନେ ସମ୍ପାଦକଙ୍କ ସହାୟତାରେ କାଗଜପତ୍ରରେ ଧାନ ବିକି ମାଲାମାଲ୍‌ ହେଉଛନ୍ତି । ନିଜର ଟୋକନ ନଥିବା ଅନେକ ମଧ୍ୟସ୍ଥି ବ୍ୟକ୍ତି ମଣ୍ଡି ପରିସରରେ ଉପସ୍ଥିତ ରହୁଥିବା ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସମିତିରେ ପ୍ରାୟ ଦେଢ ବର୍ଷ ହେଲା ସମ୍ପାଦକ ପଦବୀ ଖାଲିଥିବାରୁ ସମିତିର ଚାଷୀ, ଋଣୀ ସଦସ୍ୟ ମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ମିନି ବ୍ୟାଙ୍କ ସହକାରୀଙ୍କୁ ଭାରପ୍ରାପ୍ତ ସମ୍ପାଦକ ପଦବୀ ଦିଆଯାଇଥିବାରୁ ମିନି ବ୍ୟାଙ୍କ ପରିଚାଳନାରେ ଓ ଧାନ କିଣା କାରବାରରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବାରୁ ତୁରନ୍ତ ନୂତନ ସମ୍ପାଦକ ନିଯୁକ୍ତି ଦେବାକୁ ସେମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − two =