ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ

0 257

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇ ପଡୁଛି । ଉକ୍ତ ରାସ୍ତା ଉପରେ ସମଗ୍ର ରେଙ୍ଗାଲି ଗ୍ରାମ ପଂଚାୟତର ଲୋକ ପଂଚାୟତ କାର୍ଯ୍ୟାଳୟକୁ ଆସିବାପାଇଁ ବ୍ୟବହାର କରିଥାଆନ୍ତି । ସେହିପରି ରେଙ୍ଗାଲି, ଚେରପାଲି, ଗମ୍ଭାରୀପଦର, ସାନ ଛପାପାଲି, ତିଲେଇମାଲ୍ ଆଦି ଗ୍ରାମର ୫୦୦୦ ଲୋକଙ୍କ ଦୈନନ୍ଦିନ ଯାତାୟତର ଏକମାତ୍ର ମାଧ୍ୟମ ହୋଇଥାଏ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ହେବା ଦିନଠାରୁ ଏ ରାସ୍ତା ଉପରେ କେବେ ମଧ୍ୟ ଶୁଭ ଦୃଷ୍ଟି ପଡିନାହିଁ । ସାମାନ୍ୟ ମରାମତି ମଧ୍ୟ କରାଯାଇନାହିଁ । ପିଚୁ ଗୁଡିକ ଉଠିଯାଇ ଥିବାରୁ ଏ ରାସ୍ତାରେ ଯିବାଆସିବା କରିବା କଷ୍ଟକର ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ପିଚୁ ଉଠିଯିବା ପରେ ବର୍ତ୍ତମାନ ମେଟାଲ ଗୁଡିକ ମଧ୍ୟ ଉଠିଯିବା ଆରମ୍ଭହୋଇ ରାସ୍ତା ଖାଲଖାମାରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 2 =