ଧୋକା ଦେଲା କଳାଚମ୍ପା, ଚାଷୀ ଚିନ୍ତାରେ

0 727

ବୌଦ୍ଧ,୭/୭ – ଜାତୀୟ ବିହନ ନିଗମ ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ବିହନ ନିଗମ ଓ ଡିଲର୍ ମାନଙ୍କ ଜରିଆରେ ଯୋଗାଇଥିବା ପ୍ରାମାଣିକ ଧାନ ବିହନ କଳାଚମ୍ପା ଗଜା ହେଉ ନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଚାଷୀ ମାନଙ୍କର ଅର୍ଥ, ପରିଶ୍ରମ ଓ ସମୟ ଅପଚୟ ହେବା ଯୋଗୁଁ କଳାଚମ୍ପା ବିହନ କିଣି ତଳି ପକାଇଥିବା ଚାଷୀ ବର୍ତ୍ତମାନ ଚିନ୍ତାରେ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାକୁ ଜାତୀୟ ବିହନ ନିଗମ ଚାଷୀ ମାନଙ୍କୁ ବିକ୍ରୀ ପାଇଁ ୭୫୦ ପ୍ୟାକେଟ ବିହନ ଯୋଗାଇଥିଲା । ବିଭିନ୍ନ ଡିଲର୍ ଓ ପ୍ରାଥମିକ କୃଷି ସମବାୟ ସମିତି ମାନେ ପ୍ରାୟ ୪୫୦ ପାକେଟ୍ ଧାନ ଉଠାଇ ଚାଷୀ ମାନଙ୍କୁ ବିକିଛନ୍ତି ଓ ବାକି ୩୦୦ ପ୍ୟାକେଟ ଧାନ ବିହନ ନିଗମ ଗୋଦାମରେ ପଡିଛି । ଅଭିଯୋଗ ପାଇବା ପରେ କୃଷି ବିଭାଗ କଳାଚମ୍ପା ଧାନ ବିହନକୁ ଚାଷୀ ମାନଙ୍କ ଠାରୁ ପ୍ରତ୍ୟାହାର କରାଯିବ ବୋଲି କହିଛି । ଯେଉଁ ଚାଷୀ ପ୍ୟାକେଟ ଖୋଲି ନାହାନ୍ତି ସେମାନେ ଫେରସ୍ତ ଦେଇ ପାରିବେ ବୋଲି ବିଭାଗ କୁହାଯାଉଛି । ଖାଲି କଳାଚମ୍ପା କିସମ ନୁହେଁ ଅନ୍ୟ କିସମର ଧାନ ବିହନ ଗୁଡିକ ମଧ୍ୟ ସମ୍ପୁର୍ଣ୍ଣ ଗଜା ହେଉନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଫଳରେ ଆବଶ୍ୟକ ଠାରୁ ଅଧିକ ବିହନ କିଣିବାକୁ ସେମାନେ ବାଧ୍ୟ ହେଉଛନ୍ତି । ବିହନ ନିଗମ ଚାଷୀ ମାନଙ୍କୁ ନିମ୍ନ ମାନର ବିହନ ଯୋଗାଇ ଚିନ୍ତାରେ ପକାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ଦିଗରେ ସରକାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × two =