ଗହଣା ଦୋକାନ ଲୁଟର ସପ୍ତାହେ ପରେବି ପୋଲିସର ହାତ ଖାଲି !

0 850

ବୌଦ୍ଧ,୨୭/୧ – ବାଉଁଶୁଣୀ ଥାନା ସାହାଜପାଲ୍‌ ଛକ ନିକଟ ପ୍ରଜିତା ଜ୍ୱେଲର୍ସରୁ ହୋଇଥିବା ସୁନା ଗହଣା ଭର୍ତ୍ତି ବ୍ୟାଗ୍‌ ଚୋରୀ ଘଟଣାକୁ ଏକ ସପ୍ତାହ ବିତିଗଲା ହେଲେ ପୋଲିସର ହାତ ଏଯାଏଁ ଖାଲି ରହିଛି । ଜ୍ୱେଲର୍ସ ନିକଟ ଅନ୍ୟ ଦୋକାନର ସି.ସି.ଟି.ଭି. କ୍ୟାମେରା ଫୁଟେଜରୁ ଚୋରୀ ସମ୍ପର୍କରେ ଅନେକ ସୁରାକ୍‌ ମିଳିଥିଲେ ସୁଦ୍ଧା ଚୋରକୁ ଧରିବାରେ ପୋଲିସ୍‌ ବିଫଳ ହୋଇଥିବା ଆଲୋଚନା ହେଉଛି । ଚୋରୀ କରିଥିବା ଯୁବକ ଘଟଣାର ପୂର୍ବ ଦିନ ମଧ୍ୟ ଆସି ସାମ୍ନା ଦୋକାନରେ ବହୁ ସମୟ ବସି ମୋବାଇଲରେ କଥାବାର୍ତ୍ତା ହୋଇଥିବା ସି.ସି.ଟି.ଭି.ର ଚିତ୍ର କହୁଛି । ଜ୍ୱେଲର୍ସ ମାଲିକ ଏହାର କ୍ୟାସେଟ୍‌ ବାଉଁଶୁଣୀ ଥାନାରେ ତିନିଦିନ ତଳେ ଦେଇଥିଲେ ସୁଦ୍ଧା ପୋଲିସ ସୁଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବାରେ ତତ୍ପର ପ୍ରକାଶ କରିପାରିନଥିବା ସାହାଜପାଲ୍‌ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ତାରିଖ ସକାଳ ପ୍ରାୟ ୯ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍‌ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସ ମାଲିକ ପ୍ରଦୀପ ପୃଷ୍ଟିଙ୍କ ପୁଅ ଦୀପକ କୁମାର୍‌ ପୃଷ୍ଟି ଦୋକାନ ଖୋଲିବା ପାଇଁ ସକାଳ ୯ଘଣ୍ଟା ସମୟରେ ଆସିଥିଲେ । ସର୍ଟର ଖୋଲିବା ପାଇଁ ଦେଖିବା ବେଳକୁ ଦୋକାନ ବାରଣ୍ଡାରେ କିଛି ମଇଳା ପଡିଛି । ଘରୁ ଆଣିଥିବା ସୁନା ଗହଣା ବ୍ୟାଗକୁ ଦୋକାନ ଭିତରେ ରଖି ସର୍ଟର ତଳକୁ ଖସାଇ ପଡୋଶୀ ଘରକୁ ସଫା କରିବା ପାଇଁ ପାଣି ଆଣିବାକୁ ଯାଇଥିଲେ । ଫେରିବା ପରେ ଦେଖିଲେ ବ୍ୟାଗ୍‌ ନାହିଁ । ନିକଟରେ ଥିବା ଆଉ ଏକ ଦୋକାନର ସିସି ଟିଭି ଫୁଟେଜରୁ ଜଣେ ଦୁବୃର୍ତ୍ତ ବ୍ୟାଗ୍‌ ଧରି ଦଉଡି ପଲାଉଥିବା ଦେଖିବାକୁ ମିଳିଥିଲା ।

hiring

ଏ ସମ୍ପର୍କରେ ପ୍ରଦୀପ ପୃଷ୍ଟି ଗତ ବୁଧବାର ଦିନ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିଦିନ ଠାରୁ ପୋଲିସ୍‌ ତଦନ୍ତ କରୁଥିବା କହୁଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନାହିଁ । ଗତ ଦୁଇ ମାସ ଧରି ବାଉଁଶୁଣୀ ଥାନା ଅଞ୍ଚଳରେ ବହୁ ସଂଖ୍ୟାରେ ଚୋରୀ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜନସାଧାରଣ ଓ ବ୍ୟବସାୟୀ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

eighteen − 9 =