ବୌଦ୍ଧ ମୁଖ୍ୟ ଚିିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା

0 187

ବୌଦ୍ଧ,୧୧/୬: ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସରକାର ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ସଂପୂର୍ଣ୍ଣ ମାଗଣାରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସାଧାରଣଲୋକ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଭଳି ସୁବିଧା ନପାଇ ବାହାର ଜିଲ୍ଲାକୁ ଯିବା ସହିତ ଅଧିକ ଖର୍ଚ୍ଚାନ୍ତ ହୋଇଆସୁଥିଲେ । ପ୍ରକାଶଥାଉକି ପୂର୍ବରୁ ଚିକିତ୍ସାଳୟରେ ଦୁଇଗୋଟି ଅଲଟ୍ରାସାଉଣ୍ଡ ମେସିନ ଥାଇ ମଧ୍ୟ ବିଶେଷଜ୍ଞ ଡାକ୍ତର ଅଭାବରୁ ତାହା ସବୁପ୍ରକାର ରୋଗୀଙ୍କ କାର୍ଯ୍ୟରେ ଲାଗିପାରୁନଥିଲା । ପୂର୍ବରୁ କେବଳ ପ୍ରସୂତୀ ମା ମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସୁବିଧା ପାଇପାରୁଥିବାବେଳେ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ମିଳିପାରିବ ବୋଲି ଜଣାଯାଇଛି । ପ୍ରତ୍ୟେକ ଗୁରୁବାରଦିନ ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ମିଳିପାରିବ ବୋଲି ଜଣାପଡିଛି । ଏଥିପାଇଁ ଜଣେ ରେଡିଓଲୋଜିଷ୍ଟ,ନେଫ୍‌ରୋଲୋଜିଷ୍ଟ ଓ ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ରୋଗୀଙ୍କୁ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗତ ଗୁରୁବାର ଦିନଠାରୁ ଏହି ସେବା ଯୋଗାଇ ଦିଆଯାଇଥିବାବେଳେ ପ୍ରଥମ ଦିବସରେ ୨୦ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

two × 4 =