କିଡନୀ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

0 83

ବୌଦ୍ଧ,୨୪ା୬ : ବୌଦ୍ଧଜିଲାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ବିଶେଷ ଭାବରେ ଜିଲାର ହରଭଙ୍ଗା ବ୍ଲକରେ କିଡନୀ ରୋଗ ତାର ବିଭୀଷିକା ଦେଖାଉଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ବିଭିନ୍ନ ସଂସ୍ଥା ଜରିଆରେ କିଡନୀ ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଇଦେବାର ବ୍ୟବସ୍ଥା କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକର ଚିତଜ୍ଞାନୀ ଚେରିଟେବଲ ଟ୍ରଷ୍ଟ ପକ୍ଷରୁ ବୌଦ୍ଧଜିଲାର ହରଭଙ୍ଗା ବ୍ଲକରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ୨୬ ତାରିଖ ଦିନ ହରଭଙ୍ଗା ଆଂଚଳିକ ମହାବିଦ୍ୟାଳୟଠାରେ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କ ପାଇଁ ହେବାକୁଥିବା ଏହି ଶିବିରରେ ଭୁବନେଶ୍ୱର, ବୁର୍ଲା ମେଡିକାଲ କଲେଜର ବିଶେଷଜ୍ଞ ଚିକିତ୍ସିକମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଅତ୍ୟାଧୁନିକ ପଦ୍ଧତି ଯଥା ଇସିଜି,ଏକ୍ସ-ରେ ଓ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୂପଣ କରାଯିବ । ଏଥିପାଇଁ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କୁ ଉକ୍ତଦିନ ସକାଳ ୮ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ ନିଜର ନାମ ପଂଜିକୃତ କରିବାକୁ ନିବେଦନ କରାଯାଇଛି । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଯୋଗଦେଇ ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି ।

hiranchal ad1
Leave A Reply

Your email address will not be published.

18 − 2 =