ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ପାଳିତ

0 63

ବୌଦ୍ଧ,୨୬ ।୬- ଆଜି ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ, ସାମାଜିକ ସୁରକ୍ଷା କର୍ମୀ, ଜୀବନଦୀପ କର୍ମୀ ଉପସ୍ଥିତ ଥିଲେ ।

hiring

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜକୁ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଏହାର ଚୋରାଚାଲାଣକୁ ରୋକାଯାଇ କିପରି ସଚେତନ କରାଯାଇପାରିବ । ଏହି ଅବସରରେ ଏକ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୨ଜଣ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚବିଦ୍ୟାଳୟରୁ ଯୋଗ ଦେଇଥିଲେ । ବିଚାରକ ଭାବେ ରାଧାମୋହନ ମହାରଣା, ସୁଶାନ୍ତ କୁମାର ମହାପାତ୍ର, ନୀଳଲୋହିତ ମହାପାତ୍ର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି ପ୍ରତିଯୋଗିତାରେ ଆଦର୍ଶ ବିଦ୍ୟାଳୟର ଶୁଭ୍ରଜିତ ମେହେର ପ୍ରଥମ, ବାଳିକା ଉଚ୍ଚ ବିଦ୍ୟାଳୟର ମନୀଷାରାଣୀ ପୁରୋହିତ ଦ୍ୱିତୀୟ, ଆଦର୍ଶ ବିଦ୍ୟାଳୟର ଇତିଶ୍ରୀ ମହାକୁଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅପରାହ୍ନରେ ଆନ୍ତର୍ଜାତିକ ନିଶା ସେବନ ଓ ନିଶାଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପୂଜାହାରୀ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କହଁର, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ, ହିସାବ ରକ୍ଷକ ପ୍ରିୟଙ୍କା ମେହର, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ମିଥିଲେଶ ସାହୁ, ରଞ୍ଜିତ ମହାନ୍ତି, ଟବାକୋ ନିୟନ୍ତ୍ରଣ ଅଫିସର ଆଲୋକ ମିଶ୍ର, ବୌଦ୍ଧବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ, କିରାଣୀ ବିଭୁପ୍ରସାଦ ମଲ୍ଲିକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − 14 =