ବୌଦ୍ଧ ଟ୍ରେଜେରୀ : ଜଗୁଆଳିଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା !

0 907

ବୌଦ୍ଧ,୧୧/୮ – ବୌଦ୍ଧ ଜିଲ୍ଲା ହେବା ପରେ ବୌଦ୍ଧ ଉପଖଣ୍ଡ ଟ୍ରେଜେରୀ ଜିଲ୍ଲା ଟ୍ରେଜେରୀ ବା ଜିଲ୍ଲା କୋଷାଗାରର ମାନ୍ୟତା ପାଇଲା । ପୁରୁଣା କଚେରୀ କୋଠାରେ ଚାଲୁଥିବା କାର୍ଯ୍ୟାଳୟକୁ ୨୫ ବର୍ଷ ତଳେ ନିର୍ମିତ ବର୍ତ୍ତମାନର ସ୍ଥାନକୁ କାର୍ଯ୍ୟାଳୟ ଉଠାଇଥିଲେ । ପାରମ୍ପରିକ ଭାବରେ ସଶସ୍ତ୍ର ପୋଲିସ୍‌ ବଳ ଦ୍ୱାରା ଟ୍ରେଜେରୀରେ ପ୍ରହରା ଦେବାର ବ୍ୟବସ୍ଥା ପ୍ରଚଳିତ ଅଛି । ଜିଲ୍ଲା ପୋଲିସ୍‌ କାର୍ଯ୍ୟାଳୟ ତରଫରୁ ପ୍ରତି ୮ ଘଣ୍ଟାରେ ଗୋଟିଏ ଲେଖାଏଁ ସିଫଟ କରି ୫ ଜଣ ଷ୍ଟାଫଙ୍କୁ ମୁତୟନ କରାଯାଇଥାଏ । ଟ୍ରେଜେରୀ ଗାର୍ଡ ମାନଙ୍କପାଇଁ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୋଟିଏ ଗାର୍ଡ ରୁମ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ ପରିସରରେ ଥିବା ଗାର୍ଡ ରୁମରେ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ମଧ୍ୟ ନାହିଁ । ମହିଳା ପୋଲିସ୍‌ କର୍ମୀମାନେ ପୁରୁଷ କର୍ମଚାରୀ ମାନଙ୍କ ସହ ଡ୍ୟୁଟି କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଅଲଗା ପାଇଖାନା କିମ୍ବା ପଋଶ୍ରାଗାର ନାହିଁ । ଗାର୍ଡ ରୁମରେ ଥିବା ଚାରିଗୋଟି ପଙ୍ଖା ମଧ୍ୟରୁ ଗୋଟିଏ ଚାଲୁଥିବା ବେଳେ ଆଉ ତିନୋଟି ବହୁଦିନ ହେଲା ଅଚଳ ରହିଛି । ପୋଲିସ୍‌ କର୍ମଚାରୀମାନେ ଟ୍ରେଜେରୀ କାର୍ଯ୍ୟାଳୟ ସମେତ ଦୁଇଟି ଷ୍ଟ୍ରଙ୍ଗ ରୁମକୁ ଜଗିଥାଆନ୍ତି ଯେଉଁ ଷ୍ଟ୍ରଙ୍ଗ ରୁମ ଗୁଡିକରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଷ୍ଟାମ୍ପ୍‌ ଓ ବୌଦ୍ଧ ଜଗନ୍ନାଥଙ୍କ ସୁନା ରୁପା ଅଳଙ୍କାର ଆଦି ରହୁଛି ।

hiring

ଟ୍ରେଜେରୀ ଗାର୍ଡମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଏହି କର୍ମଚାରୀମାନେ । ତେଣୁ ତୁରନ୍ତ ଏସବୁ ସମସ୍ୟା ପ୍ରତି ଟ୍ରେଜେରୀ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

5 + six =