ବୌଦ୍ଧ: ପୁଣି ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା

0 4,594

ବୌଦ୍ଧ,୧୮/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା । ଆଜି ବୌଦ୍ଧ ଜିଲ୍ଲାରେ ଯେଉଁ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଓ ଛତନିଆକଟା ଗ୍ରାମରୁ ୨ ଜଣ ଲେଖାଏଁ ଓ ବଲାସିଙ୍ଗା ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ କନକପୁର୍‌ ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମରୁ ୨ ଜଣ, ବହିରା ଗ୍ରାମ ପଞ୍ଚାୟତ କଣ୍ଠା ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜଛକରୁ ୬ ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଟୁନିଖମାର ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବଡ ଡୁୁଙ୍ଗୁରୀପାଲି ଓ କସୁରବନ୍ଧ ଗ୍ରାମରୁ ୧ ଜଣ ଲେଖାଏଁ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଦୀଗି ଓ ମନୁପାଲି ଗ୍ରାମରୁ ୧ ଜଣ ଲେଖାଏଁ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧୦ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ କୁଲୁତାଖଲି ଗ୍ରାମରୁ ୧୧ ଜଣ, ମୁର୍ଷୁଣ୍ଢିି ଗ୍ରାମ ପଞ୍ଚାୟତ ତେତେଲେଙ୍ଗା ଗ୍ରାମରୁ ୧୩ ଜଣ, ଜଗଦୀଶପୁର୍‌ ଗ୍ରାମରୁ ୨ ଜଣ, ପଦ୍ମନପୁର ଗ୍ରାମ ପଞ୍ଚାୟତ କୁସୁମଝୁଲି ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମରୁ ୨ ଜଣ, ରକସା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମରୁ ୧୩ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ଜଣ, ସାହଜପାଲ୍‌ ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୩ ଜଣ, ଦେବଗଡ ଗ୍ରାମରୁ ୨ ଜଣ, ସୋମନାଥପୁର ଓ ଜଟେଶିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମ ପଞ୍ଚାୟତ ବାଗଦୋହଲି ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଭାଲିଆଗୋରା ଗ୍ରାମରୁ ୪୫ ଜଣ ଓ ଝାରଖମନ ଗ୍ରାମରୁ ୪ ଜଣ, ଧଳପୁର ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା ଓ କରଞ୍ଜକଟା ଗ୍ରାମରୁ ୧ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମରୁ ୭ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ଚନ୍ଦନନଗର ଓ ବାଗବର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ସାଂପୋଚ ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମରୁ ୧ ଜଣ ଓ ସରସରା ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍‌ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ ଗ୍ରାମରୁ ୧ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ବଡ ରାହାଜୋର୍‌, ତାଲପଡା ଓ ପଦରପଡା ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଚନ୍ଦନିଆ ମୁଣ୍ଡା ଓ ଦପଲା ଗ୍ରାମରୁ ୧ ଜଣ ଲେଖାଏଁ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ଶ୍ରୀମାଲ୍‌ ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର ପଞ୍ଚାୟତ ରାବେଡି ଗ୍ରାମରୁ ୧ ଜଣ, କଣ୍ଟାମାଳ ପଞ୍ଚାୟତ ବଡଛପାପାଲି ଗ୍ରାମରୁ ୧ ଜଣ, ବନ୍ଧପାଲି ଗ୍ରାମରୁ ୨ ଜଣ, ଦେଉଳଦୁଙ୍ଗୁରୀ ଗ୍ରାମରୁ ୩ ଜଣ, କଲରାକୋଠା ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମରୁ ୧୮ ଜଣ, ସର୍ଗିପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ପଞ୍ଚାୟତ ବରଡିପଦର ଗ୍ରାମରୁ ୧ ଜଣ ଓ ଟିକିରାପଡା ଗ୍ରାମରୁ ୨ ଜଣ, ଖମନ୍‌ମୁଣ୍ଡା ଗ୍ରାମ ପଞ୍ଚାୟତ ଦିଗନମାଲ୍‌ ଓ ଶିଆଳିଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ଶଙ୍କରପୁର, ଦମାମୁଣ୍ଡା ଓ ଖଟଖଟିଆ ଗ୍ରାମରୁ ୧ ଜଣ ଲେଖାଏଁ, କୁଲୁତାଜୋର୍‌ ଗ୍ରାମ ପଞ୍ଚାୟତ ବରପଦର ଗ୍ରାମରୁ ୨ ଜଣ, ଫାସେଡ ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ବଡ ଝାରମୁଣ୍ଡା ଓ ସାନ ଝାରମୁଣ୍ଡା ଗ୍ରାମରୁ ୨ ଜଣ ଲେଖାଏଁ, ଜାମୁଖୋଲ୍‌ ଓ ତୁରୀଦେଉଳ ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ପଞ୍ଚାୟତ ମନମୁଣ୍ଡା ଓ ଜାମୁପାଲି ଗ୍ରାମରୁ ୧ ଜଣ ଲେଖାଏଁ, ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତ ଭତାଗୋରା, ରୀଙ୍ଗାପଡା, ସାନଅସୁର ଗ୍ରାମରୁ ୧ ଜଣ ଲେଖାଏଁ ଓ ନାରୟଣ ପ୍ରସାଦ ଗ୍ରାମରୁ ୩ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଦେଙ୍ଗପଦର ଗ୍ରାମରୁ ୨ ଜଣ, ଧାନଖଣ୍ଡି ଗ୍ରାମରୁ ୪ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ସାନ ଛପାପାଲି, ଚାର ଭାଟି ଓ ଠେଲକବେଡା ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରୁ ୨ ଜଣ ଓ ପୁରୁଷୋତ୍ତମପୁର, କୁଣ୍ଢିପଦର, ବାରଡୋଲ ଗ୍ରାମରୁ ୧ ଜଣ ଲେଖାଏଁ, ଉମା ଗ୍ରାମ ପଞ୍ଚାୟତ ରେଘାମୁଣ୍ଡା ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଖଲିଆ ବଗିଚା ସାହିରୁ ୫ ଜଣ, ବୁଟୁପାଲିରୁ ୩ ଜଣ, ରାମେଶ୍ୱର ବିହାର ଓ ପୋଡାପଡାରୁ ୨ ଜଣ ଲେଖାଏଁ, ମର୍ଜାକୁଦ୍‌, ବଗିଚା ସାହି, ପୁରୁଣା ବ୍ଲକ୍‌ ଛକ, କେଉଟ ସାହି, ଦାନୀ ସାହି, ଖଦାଲସାହି, ବାବୁ ସାହି, ନୂଆ ରେଭିନ୍ୟୁ କଲୋନୀ ଓ ମାଷ୍ଟରଲାଇନ ଅଂଚଳରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ସେହିପରି ଆଜି ବୌଦ୍ଧଜିଲ୍ଲାରୁ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜିର ୩ଜଣ ମୃତକଙ୍କୁ ମିଶାଇ ବୌଦ୍ଧଜିଲ୍ଲାରେ ଆଜିସୁଦ୍ଧା ୨୭ ଜଣଙ୍କ ମୁଣ୍ଡ କରୋନା ନେଇସାରିଲାଣି ।

hiranchal ad1
Leave A Reply

Your email address will not be published.

2 × two =