ମନମୁଣ୍ଡାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

0 355

ବୌଦ୍ଧ,୧୨/୭ – ମହାନଦୀ ଓ ତେଲ ନଦୀ ମନମୁଣ୍ଡା ନିକଟରେ ଏକାଠି ମିଶିଛନ୍ତି କିନ୍ତୁ ଦୁଃଖର କଥା ଯେ ମନମୁଣ୍ଡାବାସୀ ପାନୀୟ ଜଳ ସମସ୍ୟା ପାଇଁ କଷ୍ଟ ଭୋଗୁଛନ୍ତି । ନଦୀରେ ଜଳ ଅଛି, ପାଇପ ବି ପୋତା ଯାଇଛି,୨୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଅଛି କିନ୍ତୁ ଜଳଯୋଗାଣ କେବେ ମଧ୍ୟ ଶ୍ୃଙ୍ଖଳିତ ହୋଇ ପାରୁନଥିବା ଅଭିଯୋଗ ହୁଏ । ମନମୁଣ୍ଡା ସହ ସଂଲଗ୍ନ ଥିବା ଦେଉଳି ଓ ବାସୁଦେବପାଲି ଗ୍ରାମକୁ ମଧ୍ୟ ଏ ପ୍ରକଳ୍ପ ଜରିଆରେ ଜଳଯୋଗାଣ ହୋଇଥାଏ । କେତେବେଳେ ମୋଟର ପୋଡିବା, ରାସ୍ତାରେ ପାଇପ ଫାଟିବା, ଓଭର ହେଡ ଟାଂକି ନଥିବା ଯୋଗୁଁ ପାଣି ଶେଷ ମୁଣ୍ଡକୁ ନ ଆସିବା ଆଦି ସମସ୍ୟା ନିତିଦିନିଆ ଅଟେ । ବର୍ଷାଦିନେ ଗୋଳିଆ ପାଣି ସିଧାସଳଖ ଲୋକଙ୍କୁ ଯୋଗାଇ ଦିଆଯାଏ । ବହୁଦିନର ଦାବୀ ପରେ ପ୍ରାୟ ୮୦ ଲକ୍ଷ ଟଂକାର ଏକ ଜଳ ବିଶୋଧନ ପ୍ରକଳ୍ପକୁ ସରକାର ମଂଜୁର ଦେଇଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ ହୁଏ । ଅଧପନ୍ତରିଆ କାମ କରି ଠିକାଦାର ବିଲ୍ ନେଇ ଚାଲି ଯାଉଥିବା ବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଦେଖିବାକୁ ମିଳୁଛି । ପଂଚାୟତିରାଜ ଓ ଗ୍ରାମ ପାନୀୟ ଜଳ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପ୍ରକଳ୍ପ ଚାଲୁ କରିବାକୁ ଜନସାଧାରଣରେ ଦାବୀ ହେଉଛି । ତୁରନ୍ତ ଓଭର ହେଡ ଟାଙ୍କି ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

2 × one =