ଜହ୍ନାପଙ୍କରେ ଫେଲ୍‌ ମାରିଛି ପାନୀୟଜଳ ପ୍ରକଳ୍ପ: ସକାଳ ପାହିଲେ ପାଣି ଚିନ୍ତା:୨ କିମି ଦୂରରୁ ଆସୁଛି ଖାଇବା ପାଣି

0 129

ଜହ୍ନାପଙ୍କ,୨୫/୪- ରାଜ୍ୟ ସରକାର ପ୍ରତି ଗାଁକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ସ୍ୱଜଳଧାରା, ଜଳଧାରା ଓ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ କେଉଁଠି ମାସେ ଦୁଇ ମାସ ଚାଲିଲା ପରେ ପ୍ରକଳ୍ପ ବନ୍ଦ ହେଇଛି ତ କେଉଁଠି ବର୍ଷସାରା ପ୍ରକଳ୍ପ ଅଚଳ ହୋଇଥିଲେ ମଧ୍ୟ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଚାଲିବାର ମାସେ ପରେ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରୁ । ସୂଚନା ଅନୁସାରେ ୨୦୦୪ ମସିହାରେ ପାନୀୟ ଜଳଯୋଗାଣ ପାଇଁ ୪.୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଗ୍ରାମବାସୀଙ୍କ ୧୦% ସହଭାଗୀତାରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା । ବିଳମ୍ବ ଯୋଗୁଁ ଏହାର ଏଷ୍ଟିମେଟ୍‌ ବଢିଯିବାରୁ ଗାଁର କେତେକ ସ୍ୱେଛାସେବୀ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେଲେ । ଏହି ପ୍ରକଳ୍ପ ୨୦୧୧ରେ ଉଦଘାଟନ କରାଯାଇ ଜଳଯୋଗାଣ ହେଲା । କିଛି ମାସ ଚାଲିଲା ପରେ ବାରମ୍ବାର ପାଇପ ଫାଟିବାଯୋଗୁଁ ଦୀର୍ଘ ଦିନ ବନ୍ଦ ଥିଲା । ୨୦୧୬ ରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏମ୍‌ ଆଇ ଏସ୍‌ ପାଇପ ବିଛାଯାଇ ପ୍ରକଳ୍ପକୁ ଚାଲୁ କରାଗଲା । କିଛି ଦିନ ପରେ ଜଳସ୍ତର ନିମ୍ନଗାମୀ,ତଥା ଜେଇଙ୍କ ପରାମର୍ଶରେ ଅଧିକ ଷ୍ଟାଣ୍ଡପୋଷ୍ଟ ଓ ବେଆଇନ ଘରୋଇ ସଂଯୋଗ ପାଣି ନିଅଣ୍ଟ ହେବା ଯୋଗୁଁ ପ୍ରକଳ୍ପ ବନ୍ଦ ରହିଥିଲା । ପୁଣି ୨୦୧୮ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ବୋରୱେଲ ଖନନ, ପମ୍ପହାଉସ ନିର୍ମାଣ, ଏମ୍‌ ଆଇ ଏସ୍‌ ପାଇପ ବିଛାଇ ଓ ୮ ଟି ନୁତନ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇ ଜଳଯୋଗାଣ ହେଲା ସିନା ମାସେ ପରେ ପୁଣି ଯଥା ପୂର୍ବମ ତଥା ପରମ ନୀତିରେ ଚାଲିଲା । ତେବେ ବର୍ତ୍ତମାନସୁଦ୍ଧା ଏହି ପ୍ରକଳ୍ପରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କେବଳ ଠିକାଦାର ଓ ବିଭାଗୀୟ ଅଧିକାରୀ ଲାଭବାନ ହୋଇଥିବାବେଳେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି ।

hiring

୧୨୦୦ ଜନବସତି ଗାଁରେ ରାତିପାହିଲେ ପିଇବା ପାଣି ଚିନ୍ତା । ସକାଳ ହେଲେ ପୁରୁଷମାନେ ସାଇକେଲରେ ପାଣି ଆଣୁଥିବା ବେଳେ ମହିଳାମାନେ ଗରା ଓ ବାଲଟି ଧରି ନଳକୂପଠାରେ ଲାଗେ ଲମ୍ବା ଲାଇନ । ଏହା ପୁଣି ଜାତୀୟ ରାଜପଥ ନଂ ୫୭ରେ ବିପଦପୁର୍ଣ ଭାବେ ୨ କିମି ଯିବାକୁ ପଡେ । କିଏ କହିବ କେତେବେଳେ ଦୁର୍ଘଟଣା ନଘଟିବ । ବର୍ତ୍ତମାନ ଖରାର ପ୍ରକୋପ ବଢିଚାଲିଥିବାବେଳେ ପାନୀୟ ଜଳ ସମସ୍ୟା ଦ୍ୱିଗୁଣିତ କରିଛି । ତୁରନ୍ତ ଗାଁକୁ ଟେଙ୍କର ଯୋଗେ ପାନୀୟ ଜଳଯୋଗାଣ ପାଇଁ ଗ୍ରାମବାସୀ ଦାବିକରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =