ବୌଦ୍ଧ,୨୨/୯ -କଣ୍ଟାମାଳ ବ୍ଲକ୍ ପୁରୁଣାକଟକ ହାତୀପାଲି ଗାଁର ଜଣାଶୁଣା କଳାକାର ପଞ୍ଚାନନ ମିଶ୍ର । ଦୀର୍ଘ ୨୫ ବର୍ଷ ଉଭୟ ଗାହକ ଓ ବାହକ କଳାକୁ ବୃତ୍ତି ଭାବେ ଆପଣେଇଥିବା ପଞ୍ଚାନନ ଏପର୍ଯ୍ୟନ୍ତ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ଥର ଯେଉଁ କଳାକାର ତାଲିକା ସରକାର ପ୍ରସ୍ତୁତ କରିଥିଲେ, ସେଥିରୁ ସେ ବାଦ ପଡ଼ିଛନ୍ତି । ଗୋଟିଏ ପଟେ ଲକଡାଉନ ଯୋଗୁଁ ନିଜ କଳାକୁ ବଞ୍ଚାଇ ରଖିବା ମୁସକିଲ ହୋଇପଡ଼ୁଛି । ଅନ୍ୟପଟେ କଳାକାର ଭତ୍ତା ତାଲିକାରୁ ବାଦ ପଡ଼ିବା ଘଟଣା ତାଙ୍କୁ ମର୍ମାହତ କରିଛି । ଏବେବି ସମୟ ପାଇଲେ କୋରୋନା କଟକଣା ସହ ଗାଁ କ୍ଲବ ଘରେ ଖୋଳ, ମୁର୍ଦ୍ଦୁଙ୍ଗ ଇତ୍ୟାଦି ବଜାଇ ସେ ସମୟ ଅତିବାହିତ କରିଥାନ୍ତି । ଲକଡାଉନ ଯୋଗୁ କଳାକୁ ବଞ୍ଚାଇ ପରିବାର ଚଳାଇବା ମୁସକିଲ ହୋଇପଡ଼ୁଛି । ତେଣୁ କଳାକାର ଭତ୍ତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।