ବୌଦ୍ଧ : ଆଜି ୫୪ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ହେଲା ୨୦୨୦

0 1,815

ବୌଦ୍ଧ,୪/୧୦:- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୫୪ ଜଣ ନୂତନ ଭାବରେ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦୁଇ ହଜାରକୁ ଡିଆଁ ମାରି ୨୦୨୦ରେ ପହଞ୍ଚିଛି । ଆଜି ଯେଉଁ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨ ଜଣ, ବୌଦ୍ଧ ବ୍ଲକ୍‌ ଗୁନ୍ଦୁଲିଆ ଗ୍ରାମରୁ ୭ ଜଣ, ପଦ୍ମନପୁର୍‌ ଗ୍ରାମରୁ ୧ ଜଣ, ବାଦିକଟା ଗ୍ରାମରୁ ୨ ଜଣ, ହରଭଙ୍ଗା ବ୍ଲକ୍‌ ବଲଣ୍ଡା ଗ୍ରାମରୁ ୧ ଜଣ, ମାଉଲୀସିଙ୍ଗା ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ବରପଦର ଗ୍ରାମରୁ ୯ ଜଣ, ଖୁଣ୍ଟିଗୋରା ଗ୍ରାମରୁ ୨୫ ଜଣ, ଘଣ୍ଟାପଡା ଗ୍ରାମରୁ ୨ ଜଣ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ପୂର୍ବର୍ରୁ କରୋନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଥିବା ବେଳେ ଆଜି ଆଉ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ଜଣକ ବୌଦ୍ଧ ସହରାଞ୍ଚଳ ଦାନୀସାହିର ଓ ତାଙ୍କୁ ୭୧ ବର୍ଷ ହୋଇଥିବା ଜଣାପଡିଛି । ସେ ଗତ ସେପ୍‌ଟେମ୍ବର ୨୧ ତାରିଖ ଦିନ ବୌଦ୍ଧ କୋଭିଡ ଡାକ୍ତରଖାନାରେ ଭର୍ତ୍ତିର୍ି ହୋଇଥିଲେ ଓ ୨୨ ତାରିଖ ସକାଳ ଘ ୯. ୩୦ ମିନିଟ ସମୟରେ ମୃତ୍ୟୁବରଣ କରିଥିଲେ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସରକାରୀ ଭାବରେ ବୌଦ୍ଧ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

nineteen + 16 =