ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମରେ ମାନହାନି ମାମଲା ଦାୟରକଲେ ସାମ୍ବାଦିକ

0 2,074

ବୌଦ୍ଧ,୧୧/୫ – ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ନାମରେ ଦୈନିକ ପ୍ରଗତିବାଦୀର ପ୍ରତିନିଧି ଦେବାନନ୍ଦ ସାହୁ ଏକ ମାନହାନି ମାମଲା ବୌଦ୍ଧ ଏସ.ଡି.ଜେ.ଏମ.ଙ୍କ ଅଦାଲତରେ ଦାୟର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କୁଜୁର ସାମ୍ବାଦିକ ଦେବାନନ୍ଦ ସାହୁଙ୍କ ନାମରେ ଅନେକ ଆପତ୍ତିଜନକ ମନ୍ତବ୍ୟଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁଶାସନ ସଚିବ ମଦନାନନ୍ଦ ଦାଶଙ୍କ ନିକଟକୁ ପତ୍ର ସଂଖ୍ୟା ୫୭୬ ତା ୧୧. ୨. ୨୦୨୧ ରିଖରେ ଅନାବଶ୍ୟକ ଭାବରେ ଲେଖିଥିଲେ । ଏ ସମ୍ପର୍କରେ ଜାଣିବା ପରେ ସାମ୍ବାଦିକ ଶ୍ରୀ ସାହୁ ବୌଦ୍ଧ ଆଦର୍ଶ ଥାନାରେ ଶ୍ରୀ କୁଜୁରଙ୍କ ନାମରେ ଗତ ତା ୭. ୫. ୨୧ରେ ଏଫ. ଆଇ. ଆର. ଦେଇଥିଲେ । ଏହା ଏକ ମାନହାନି ମାମଲା ହୋଇଥିବା ଦୃଷ୍ଟିରୁ ଅଦାଲତରେ ଆଶ୍ରୟ ନେବାକୁ ବୌଦ୍ଧ ଥାନା ପକ୍ଷରୁ ଶ୍ରୀ ସାହୁଙ୍କୁ ଜି. ଡି. ୧୩ ତା ୭. ୫. ୨୧ ରିଖରେ ପରାମର୍ଶ ଦିଆଯାଇଥିଲା । ତେଣୁ ଶ୍ରୀ ସାହୁ ଗତକାଲି ବୌଦ୍ଧ ଏସ. ଡି. ଜେ. ଏମ. ଙ୍କ ଅଦାଲତରେ ଭାରତୀୟ ପିଙ୍ଗଳ କୋଡ ଧାରା ୪୦୯ ଓ ୫୦୦ ରେ ମାମଲା ଦାୟର କରିଥିଲେ । ଯାହାକି ଆଇ. ସି. ସି. ୧୨ /୨୦୨୧ରେ ପଞ୍ଜିକୃତ ହୋଇ ବିଚାରପାଇଁ ଅଦାଲତରେ ଗ୍ରହଣୀୟ ହୋଇଛି । ସାମ୍ବାଦିକ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ପ୍ରଦେଶୀ ବେହେରା ମାମଲା ପରିଚାଳନା କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

5 × 4 =