ବୌଦ୍ଧ: ହୁ ହୁ ହୋଇ ବଢୁଛି କରୋନା, ଆଜି ୨୧ ଆକ୍ରାନ୍ତ ଚିହ୍ନଟ

0 2,274

ବୌଦ୍ଧ,୧୯/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୫ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୨୧ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୬ ଜଣ, ହରଭଙ୍ଗା ବ୍ଲକ୍‌ ମଥୁରା ଗ୍ରାମ ପଞ୍ଚାୟତ ଅଂଚଳରୁ ୨ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ତିଲେଶ୍ୱର୍‌ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଅଂଚଳରୁ ୨ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ବଢିଗାଁ ଗ୍ରାମ ପଂଚାୟତ ଅଂଚଳରୁ ୧ ଜଣ, କଣ୍ଟାମାଳ ମନମୁଣ୍ଡା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଂଚାୟତ ଅଂଚଳରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୨୮୧୯, ରିପୋର୍ଟ ଅପେକ୍ଷାରେ ୬୭୨, କରୋନା ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଥିବାବେଳେ କରୋନା ଆକ୍ରାନ୍ତ ମୃତ୍ୟୁସଂଖ୍ୟା ୧୧ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ସୂଚନା ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ଘୁ ଘୁ ହୋଇ ବଢୁଥିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାରେ କରୋନା ଗାଇଡ୍‌ଲାଇନକୁ ଲୋକେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଡାକବାଜି ଯନ୍ତ୍ର ମାଧ୍ୟମରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଅମାନିଆ ମାନଙ୍କ ଉପରେ ପ୍ରଭାବ ପଡୁନାହିଁ । ସେଥିପାଇଁ ଆଇନରେ ଥିବା ଦଣ୍ଡ ବିଧାନ କରାଯିବାକୁ ସଚେତନ ନାଗରୀକ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

five × 1 =