ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୩୧୩ ପଜିଟିଭ, କେବଳ ଦେବଗଡରୁ ୧୪୮

0 4,808

ବୌଦ୍ଧ,୨୦/୫ – ଆଜି ଗୋଟିଏଦିନରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୩୧୩ ପଜିଟିଭ ମଧ୍ୟରୁ ବୌଦ୍ଧବ୍ଲକ୍‌ ଆମ୍ବଝରୀ ଗ୍ରାମ ପଞ୍ଚାୟତ ପାଟଲିପଡା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଢିଗାଁ ଗ୍ରାମରୁ ୨ ଜଣ ଓ ଇଚ୍ଛାପୁର, ଓଲଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ବଘିଆପଡା ଗ୍ରାମରୁ ୩ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍‌ ଗ୍ରାମରୁ ୧ ଜଣ, ଡିମିରିପାଲି ଗ୍ରାମର ୧୭ ଜଣ, ଜମଘାଟୀ ଗ୍ରାମରୁ ୨ ଜଣ, ବୌଦ୍ଧ ବ୍ରିଜଛକରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର୍‌ ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଯୋଗୀବେରୁଣୀ ଓ ଡାଙ୍ଗପଦା ଗ୍ରାମରୁ ୧ ଜଣ ଲେଖାଏଁ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଚରଦା ଗ୍ରାମରୁ ୧ ଜଣ ଓ ମକୁନ୍ଦପୁର ଗ୍ରାମରୁ ୬ ଜଣ, ରକସା ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ତେନ୍ତୁଳି ପଦର ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ପୋଡା ବଳସ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ଆଡେଣିଗଡ ଗ୍ରାମ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ ଗ୍ରାମରୁ ୧୪୮ ଜଣ, ମେଣ୍ଡା ଗ୍ରାମରୁ ୨ ଜଣ ଓ ବାମଣ୍ଡା ଗ୍ରାମରୁ ୩ ଜଣ, ବନ୍ଧାପଥର ଗ୍ରାମ ପଞ୍ଚାୟତ ନକୁଆନାଳି ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଝାଡ୍ରାଜିଙ୍ଗ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଭାଲିଆଗୋରା ଗ୍ରାମରୁ ୨ ଜଣ ଓ ଛତ୍ରଙ୍ଗ, ଧୁଙ୍ଗିଆମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ଧଳପୁର୍‌ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜକଟା ଓ ଲୋକାପଡା ଗ୍ରାମରୁ ୨ ଜଣ ଲେଖାଏଁ ଓ ଲକ୍ଷ୍ମଣପୁର୍‌ ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୩ ଜଣ, ଭଗାମୁଣ୍ଡା ଗ୍ରାମରୁ ୧ ଜଣ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡବନ୍ଧ ଗ୍ରାମରୁ ୨ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ହାତୀଗଡ ଗ୍ରାମରୁ ୧ ଜଣ, ମଥୁରା ଗ୍ରାମ ପଞ୍ଚାୟତ କେଲାକଟା ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର୍‌ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୫ ଜଣ, ରାମଗଡ ଗ୍ରାମରୁ ୧ ଜଣ, ସାଂପୋଚ୍‌ ଗ୍ରାମ ପଞ୍ଚାୟତ ରାମ୍ଭିକଟା, ଶ୍ୟାମସୁନ୍ଦରପୁର୍‌ ଓ ସାଂପୋଚ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବୁଲୁରା ଗ୍ରାମରୁ ୧ ଜଣ ଓ ପାନିଘରାରୁ ୩ ଜଣ, ସରସରା ଗ୍ରାମ ପଞ୍ଚାୟତ ରଇଠାଣୀ ଗ୍ରାମରୁ ୨ ଜଣ, ସରସରା ଗ୍ରାମରୁ ୪ ଜଣ, ସାନବୁଟୁପାଲି ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ ତିଲେଶ୍ୱର ଓ ବୁରୁବୁଡା ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍‌ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍‌ ଗ୍ରାମରୁ ୫ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ରାକ୍ଷସକୁଟୀ ଓ ପଦରପଡା ଗ୍ରାମରୁ ୨ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଶରଧାପୁର୍‌ ଓ ପରତଲା ଗ୍ରାମରୁ ୧ ଜଣ ଲେଖାଏଁ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ପୋଡାପଦର ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ପୁରୁଣାପାନି ଓ ଜୟଦପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବାନ୍ଧନଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ ୧୧ ଜଣ ଓ ସର୍ଗିପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଟିକରାପଡା ଗ୍ରାମରୁ ୨ ଜଣ, ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଗୁନୁଚୀତୋରା ଗ୍ରାମରୁ ୨ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ ୨ ଜଣ, ସାନ ମନମୁଣ୍ଡା ଓ ସୌରୀପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡାପଦର ଗ୍ରାମରୁ ୩ ଜଣ, ମନମୁଣ୍ଡା ଗ୍ରାମପଞ୍ଚାୟତ ଜାମୁପାଲି ଓ ମନମୁଣ୍ଡା ଗ୍ରାମରୁ ୨ ଜଣ ଲେଖାଏଁ, ବାସୁଦେବପାଲି ଗ୍ରାମରୁ ୧ ଜଣ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ଭତାଗୋରା ଓ ଭାନଜୀବେଡା ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମ ପଞ୍ଚାୟତ ଧାନଖଣ୍ଡି ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମରୁ ୨ ଜଣ ଓ କମଘାଟ୍‌, ମଲିକ ପଦର, ସାନ ଛପାପାଲି ଓ ଠେଲକବେଡା ଗ୍ରାମରୁ ୧ ଜଣ ଲେଖାଏଁ, ଶିମିଳିପଦର ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଗୁଢିଆଳି ଓ କୁଣ୍ଢିପଦର ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲି ଓ ଖଲିଆବଗିଚାରୁ ୩ ଜଣ ଲେଖାଏଁ, ପୋଡାପଡାରୁ ୨ ଜଣ ଓ ରାମେଶ୍ୱର ବିହାର, ମାଳିସାହି, ବଗିଚା ସାହି, ପୁରୁଣା ବ୍ଲକ୍‌ ଛକ, ନୂଆସାହି ଅଂଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two + three =