କାର୍ଡ ଅଛି ହେଲେ ଚାଉଳ ମିଳୁନି, ଦୁର୍ଦ୍ଦିନରେ ଶେଷଦେବ

0 645

ବୌଦ୍ଧ/ଜହ୍ନାପଙ୍କ,୫/୪- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୨୦୧୩ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁକରଗଲା । ଏହି ଯୋଜନା ଦ୍ୱାରା ଯେପରି ଗୋଟିଏ ବି ଗରିବ ପରିବାର ବାଦ୍‌ନପଡିବେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ତଥାପି ମଧ୍ୟ ପ୍ରଶାସନର ଅପାରଗତା ହେଉ ବା ସର୍ଭେ କରୁଥିବା ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ବୌଦ୍ଧବ୍ଳକର ଅନେକ ହିତାଧିକାରୀ ଏହି ଯୋଜନାରୁ ବାଦ୍‌ ପଡିଥିବାବେଳେ କାର୍ଡଥାଇ କିଛିବର୍ଷ ଚାଉଳ ପାଇବା ପରେ କେଉଁ କାରଣରୁ ତାଙ୍କୁ ଚାଉଳ ଦିଆଯାଉନାହିଁ ତାହା ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଘଟଣା ବୌଦ୍ଧବ୍ଳକ ତେଲିବନ୍ଧ ପଞ୍ଚାୟତ ରାମପୁର ଗାଁରେ ଦେଖିବାକୁ ମିଳିଛି । ମିଳିଥିବା ଅଭିଯୋଗ ଅନୁସାରେ ରାମପୁର ଗାଁର କଳ୍ପନା ମେଣ୍ଡୁଲିଙ୍କ ନାମରେ କାର୍ଡ ଅଛି । ଏଥିରେ ସ୍ୱାମୀ ଶେଷଦେବ ମେଣ୍ଡୁଲି, ପୁଅ ଆଶିଷ ,ଅଙ୍କିତ ଓ ଝିଅ ଆଶାଙ୍କ ନାମ ସାମିଲ ଅଛି । ପ୍ରାୟ ବର୍ଷେହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ସ୍ତ୍ରୀ ଓ ଝିଅ ଅଲଗା ରହୁଥିବାବେଳେ ଶେଷ ଦୁଇ ପୁଅଙ୍କ ସହିତ ଅଲଗା ରହୁଛନ୍ତି । ତେବେ ସେ ଏକ ଗରିବ ଦିନ ମଜୁରିଆ ହୋଇଥିବାରୁ ମୂଲିଆ କାମକରି ଯାହାମିଳେ ଦୁଇ ପୁଅଙ୍କ ପାଠପଢ଼ା ସହିତ ପରିବାର ପ୍ରତିପୋଷଣ କରନ୍ତି ।ଏତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡେ । ପଞ୍ଚାୟତରୁ ମିଳୁଥିବା ଚାଉଳ କିଛି ପରିମାଣରେ ତାଙ୍କ ପରିବାରକୁ ସୁରୁଖୁରୁରେ ଚଳାଇ ନେଉଥିଲା । ହେଲେ ଦୁଇ ପୁଅର ପାଠ ପଢିବା ପାଇଁ ଖାଇବା ପ୍ରସ୍ତୁତ କରିବା ଏବଂ ମୂଲିଆ କରିଯିବାକୁ ତାଙ୍କୁ ସମୟ ହୁଏନାହିଁ । ନିଜ ବଗିଚାରୁ ଯାହାକିଛି ପନିପରିବା ବାହାରେ ତାହା ବିକ୍ରି କରିବାକୁ ମଧ୍ୟ ସମୟ ମିଳୁନଥିବାରୁ ବିଲରେ ପଚି ନଷ୍ଟ ହୁଏ । ତେଣୁ ଭାରି ଦୟନୀୟ ଅବସ୍ଥାରେ ଚଳୁଥିବା ଶେଷ କ୍ଷୋଭର ସହିତ କୁହନ୍ତି । କେଉଁ କାରଣରୁ ତାଙ୍କୁ ଚାଉଳ ଦେବାରୁ ବଞ୍ଚିତ କରାଯାଇଛି ତାର ଖିଅ ଖୋଜି ପାଆନ୍ତିନି । ମୂଲିଆ ଶ୍ରେଣୀର ହୋଇଥିବାରୁ ଏ ସଂପର୍କରେ କାହାକୁ ଅଭିଯୋଗ କରିବେ ତାହା ମଧ୍ୟ ଜାଣନ୍ତି ନାହିଁ ।

hiranchal ad1
Leave A Reply

Your email address will not be published.

two × 5 =