ଜଙ୍ଗଲ ପାହାଡର ବର୍ଷାଜଳ ପଶିଲା ଗାଁ ଭିତରେ

0 1,372

ବୌଦ୍ଧ,୨୩/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବିଋଗଡ ଗ୍ରାମ ମଧ୍ୟରେ ନିକଟରେ ଥିବା ଜଙ୍ଗଲ ପାହାଡର ବର୍ଷା ଜଳ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନୁଷ୍ୟକୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବର୍ଷବର୍ଷ ଧରି ଯେଉଁ ବାଟ ଦେଇ ପାହାଡ ଜଙ୍ଗଲରୁ ଆସୁଥିବା ବର୍ଷା ଜଳ ନିଷ୍କାସନ ହେଉଥିଲା ଚଳିତ ବର୍ଷ ଅବରୋଧ ହୋଇଛି । ଗ୍ରାମର ଜଣେ ବ୍ୟକ୍ତି ଜେସିବି ଲଗାଇ ନିଜ ଜମିକୁ ହୁଡା ଦେଇ ସଜାଇ ଥିବାରୁ ପୁର୍ବରୁ ପାଣି ଯେଉଁ ବାଟରେ ଯାଉଥିଲା ସେ ବାଟରେ ନିଷ୍କାସନ ହୋଇନପାରି ଗ୍ରାମ ମଧ୍ୟରେ ପ୍ରବେଶ କରୁଛି । ଫଳରେ ବର୍ଷା ଯୋଗୁଁ ବିରିଗଡ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଗ୍ରାମରେ ଡ୍ରେନ ନିର୍ମାଣ କାର୍ଯ୍ୟ କରାଯିବାକୁ କିମ୍ବା ଜଳ ନିଷ୍କାସନ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =