ଦୁଇଟି ପଞ୍ଚାୟତ ଗୋଟିଏ ରାସ୍ତା, କେବେ ସୁଧୁରିବ ଅବସ୍ଥା ?

0 621

ବୌଦ୍ଧ,୬/୭ – ବୌଦ୍ଧ ବ୍ଲକ୍ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର୍ ଦୂରରେ ଥିବା ବଢିଗାଁ ଗ୍ରାମପଂଚାୟତର ସାଲିଙ୍ଗା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ବର୍ଷା ଟିକେ ହେଲେ ରାସ୍ତାର ଅବସ୍ଥା ବେହାଲ । ଗୋଟିଏ କିଲୋମିଟର ଉକ୍ତ ରାସ୍ତାର ଅର୍ଦ୍ଧେକ ଅଂଶ ବୌଦ୍ଧ ବ୍ଲକର ମୁର୍ଷୁଣ୍ଢି ଗ୍ରାମପଂଚାୟତ ଓ ବାକି ଅଧା ରାସ୍ତା ବଢିଗାଁ ଗ୍ରାମପଂଚାୟତ ଅଧିନରେ ରହିଛି । ବର୍ତ୍ତମାନ ରାସ୍ତାରେ ମେଟାଲିଂଗ କାମ ମୁର୍ଷୁଣ୍ଢି ଗ୍ରାମପଂଚାୟତ ନିଜ ସୀମା ମଧ୍ୟରେ କରୁଛି । ରାସ୍ତାରେ ମେଟାଲ ବିଛାଇ ଦିଆଯାଇ କାମ ବନ୍ଦ ରହିଥିବାରୁ ଲୋକଙ୍କ ଯିବାଆସିବା କଷ୍ଟକର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀପ ତଳ ଅନ୍ଧାର ପରି ଏ ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ଦୁଃଖର କଥା । ଏ ସମ୍ପର୍କରେ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ସେ କହିଛନ୍ତି ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମେଟାଲିଂଗ କାମ ଚାଲିଛି । ବର୍ଷା ହେଉଥିବା ଯୋଗୁଁ ମୋରମ ବିଛା କାମ ବନ୍ଦ ରହିଛି ଓ ଶୀଘ୍ର କରାଯିବ । ରାସ୍ତାରେ ଟ୍ରାକ୍ଟର ଆଦି ଭାରୀଯାନ ଯାଉଥିବାରୁ ରାସ୍ତା ଅବସ୍ଥା ଏଭଳି ହୋଇଥିବା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

four × four =